ଭୁବନେଶ୍ବର:ନେଭା ଆପ୍ର ଅଗ୍ରଗତି, ଇ-ବିଧାନସଭା ଭିତ୍ତିଭୂମିର ସମୀକ୍ଷା କରିବା ପାଇଁ ସଂସଦୀୟ ବ୍ୟାପାର ସଚିବ ଏସ ରାଜେନ୍ଦ୍ର ଶୁକ୍ଳା ଓଡିଶା ଗସ୍ତରେ ଆସିଛନ୍ତି । ତେବେ ଗୁରୁବାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସହିତ ସେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ଭାରତବର୍ଷର 2ଟି ରାଜ୍ୟ ଓଡିଶା ଓ ପଞ୍ଜାବରେ କାର୍ଯ୍ୟ କରୁଛି । ଏଥିଲାଗି କେନ୍ଦ୍ର ସରକାର 60 ପ୍ରତିଶତ ବିନିଯୋଗ କରୁଥିବାବେଳେ ରାଜ୍ୟ ସରକାର 40 ପ୍ରତିଶତ ଯୋଗଦାନ କରିବେ । ଏହି ଅର୍ଥ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଆଇଟି ବିଭାଗ ନିକଟରେ ରହିଛି । ଏହି ଅର୍ଥ ସହାୟତାରେ ବିଧାନସଭାକୁ ଇ-ବିଧାନସଭାରେ ପରିଣତ କରାଯିବ । ତେବେ ବିଧାନସଭାରେ ଲାନ, ୱାଇଫାଇ ଆଦି ଇ-ବିଧାନସଭା ପାଇଁ ସମସ୍ତ କାର୍ଯ୍ୟକ୍ରମ ଶେଷ ହୋଇଛି ।