ଓଡିଶା

odisha

ETV Bharat / city

ସପିଂ ମଲ, ମାର୍କେଟ କମ୍ପ୍ଲେକ୍ସରୁ ଆଦାୟ ହେବନି ପାର୍କିଂ ଫି: ପ୍ରତାପ ଜେନା

ଏଣିକି ରାଜଧାନୀର କୌଣସି ବଡ ବଡ ସପିଂ ମଲ ଓ ଅଟ୍ଟାଳିକାରେ ପାର୍କି ଫି ନିଆଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗୁରୁବାର ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏନେଇ ସୂଚନା ଦେଇଛନ୍ତି ।

By

Published : Oct 17, 2019, 2:51 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଏଣିକି ରାଜଧାନୀ ଭୁବନେଶ୍ବରରୁ ବନ୍ଦ ହେବ ପାର୍କିଂ ଫି ବ୍ୟବସ୍ଥା । ଗୁରୁବାର ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏନେଇ ସୂଚନା ଦେଇଛନ୍ତି । କୌଣସି ବଡ ବଡ ସପିଂ ମଲ ଓ ଅଟ୍ଟାଳିକାରେ ପାର୍କି ଫି ନିଆଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସୂଚନାନୁସାରେ, ରାଜଧାନୀରେ ବେଧଡକ ଭାବେ ବେଆଇନ ପାର୍କିଂ ଫି ଆଦାୟ ହେଉଥିଲା । ନକଲି ରସିଦରେ ବେଧଡକ ଭାବେ ଆଦାୟ ହେଉଥିଲା ଟଙ୍କା । ଏପରିକି ବଡ ବଡ ସପିଂ ମଲ, ହସ୍ପିଟାଲ, ମଲ୍ଟିପ୍ଲେକ୍ସ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ସାଧାରଣ ଲୋକଙ୍କ ଠାରୁ ପାର୍କି ଫି ଆଦାୟ କରାଯାଉଥିଲା । ବିଡିଏ ବିଏମସି ସପିଂ ମଲ ଭିତରେ ହେଉଥିବା ପାର୍କିଂ ପାଇଁ କୌଣସି ଅର୍ଥ ନେଇନଥାଏ । ତେଣୁ ଏଥିପାଇଁ କେହି ପାର୍କିଂ ଫି ନେଇପାରିବେ ନାହିଁ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେହିପରି ସହରର ବିଭିନ୍ନ ସ୍ଥାନରେ ବିଏମସି ନାମରେ ପାର୍କିଂ ଫି ଆଦାୟ ନେଇ ଅଭିଯୋଗ ହୋଇଛି । ଯଦ୍ବାରା ଉକ୍ତ ଜାଗାରେ ସ୍କ୍ବାର୍ଡ ଗଠନ କରାଯାଇ ଚଢାଉ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details