ଓଡିଶା

odisha

ETV Bharat / city

ଜଗନ୍ନାଥଙ୍କୁ ନେଇ ରାଜନୀତି ସରିବା ପରେ ଗସ୍ତ କରିବ ଗୃହ କମିଟି: ବାଚସ୍ପତି - ବାଚସ୍ପତିଙ୍କ ବିତଣ୍ଡା ଯୁକ୍ତି

ଶ୍ରୀମନ୍ଦିର ପ୍ରକଳ୍ପ ଓ ସୁରକ୍ଷାକୁ ନେଇ ରାଜ୍ୟ ଉଠୁଛି, ପଡୁଛି । ଶ୍ରୀମନ୍ଦିର ସୁରକ୍ଷା ଓ ପ୍ରକଳ୍ପକୁ ନେଇ ଉଠିଥିବା ବିବାଦ ନେଇ ରାଜ୍ୟ ସରକାର ଗଠନ କରିଥିଲେ ବିଧାନସଭା କମିଟି । କମିଟି ଗଠନର ମାସେ ପୂରିବାକୁ ବସିଥିଲେ ବି ଏହାର ବୈଠକ ବସିନାହିଁ କିମ୍ବା ପୁରୀ ଗସ୍ତ ନେଇ କିଛି ସ୍ପଷ୍ଟ ଚିତ୍ର ଆସୁନି । ଏନେଇ ବାଚସ୍ପତି ତଥା ଗୃହ କମିଟି ଅଧ୍ୟକ୍ଷ ବାଚସ୍ପତିଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଲେଣି ବିରୋଧୀ । ଅଧିକ ପଢନ୍ତୁ

ବାଚସ୍ପତି
ବାଚସ୍ପତି

By

Published : Apr 28, 2022, 5:21 PM IST

Updated : Apr 28, 2022, 8:15 PM IST

ଭୁବନେଶ୍ବର: ଶ୍ରୀମନ୍ଦିର ପ୍ରକଳ୍ପ ଓ ସୁରକ୍ଷାକୁ ନେଇ ରାଜ୍ୟ ଉଠୁଛି, ପଡୁଛି । ଶ୍ରୀମନ୍ଦିର ସୁରକ୍ଷା ଓ ପ୍ରକଳ୍ପକୁ ନେଇ ଉଠିଥିବା ବିବାଦ ନେଇ ରାଜ୍ୟ ସରକାର ଗଠନ କରିଥିଲେ ବିଧାନସଭା କମିଟି । କମିଟି ଗଠନର ମାସେ ପୂରିବାକୁ ବସିଥିଲେ ବି ଏହାର ବୈଠକ ବସିନାହିଁ କିମ୍ବା ପୁରୀ ଗସ୍ତ ନେଇ କିଛି ସ୍ପଷ୍ଟ ଚିତ୍ର ଆସୁନି । ଏନେଇ ବାଚସ୍ପତି ତଥା ଗୃହ କମିଟି ଅଧ୍ୟକ୍ଷ ବାଚସ୍ପତିଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଲେଣି ବିରୋଧୀ । ଏହାକୁ ନେଇ ଭିନ୍ନ ମତ ରଖିଛନ୍ତି ବାଚସ୍ପତି । ବାଚସ୍ପତି କହିଛନ୍ତି ଜଗନ୍ନାଥଙ୍କୁ ନେଇ ରାଜନୀତି ସରିବା ପରେ ଗସ୍ତ କରିବ ଗୃହ କମିଟି ।

ଜଗନ୍ନାଥଙ୍କୁ ନେଇ ରାଜନୀତି ସରିବା ପରେ ଗସ୍ତ କରିବ ଗୃହ କମିଟି: ବାଚସ୍ପତି

ବାଚସ୍ପତି କହିଛନ୍ତି ଯେ, ଗୃହ କମିଟି ପୁରୀ ଗସ୍ତ କରିବ ନାହିଁ ବୋଲି ମୁଁ କହିନାହିଁ । କିମ୍ବା କମିଟି ଅଧ୍ୟକ୍ଷ ଭାବେ ଯିବି ନାହିଁ ବୋଲି ମଧ୍ୟ ମନା କରିନାହିଁ । ଭଗବାନ ଜଗନ୍ନାଥଙ୍କୁ ନେଇ ଚାଲିଥିବା ରାଜନୀତି ସରିଯାଉ । ଯିଏ ଯିଏ ଯାଇ ବୁଲିବା କଥା ବୁଲି ସାରନ୍ତୁ । ପରେ କମିଟି ଗସ୍ତ କରି ରିପୋର୍ଟ ଦେବ । ଶ୍ରୀମନ୍ଦିର ପ୍ରସଙ୍ଗରେ ରାଜନୀତି କଣ ହେବ ତାହା ପ୍ରକାଶ କରିବା ଲାଗି ବର୍ତ୍ତମାନ ଗଣମାଧ୍ୟମ ଉତ୍ସାହିତ ଅଛି । ଶ୍ରୀମନ୍ଦିରକୁ କିଏ ଆସୁଛୁ, କିଏ ଯାଉଛି । କିଏ ସମର୍ଥନ କରୁଛି ତ ଆଉ କିଏ ବିରୋଧ କରୁଛି ।

ଏନେଇ ବିଭିନ୍ନ କଥା ବର୍ତ୍ତମାନ ସମ୍ନାକୁ ଆସୁଛି । ବିଧାନସଭା ହେଉଛି ନିରପେକ୍ଷ । ସମସ୍ତେ ବୁଲିବା ପରେ କମିଟି ଦିନ ଧାର୍ଯ୍ୟ କରି ଯିବ । କମିଟି ବୈଠକ ଡାକିବା ଓ ଘଟଣା ବାବଦରେ ଜାଣିବା ଭିତରେ ଅନେକ ପ୍ରଭେଦ ଅଛି । ଘଟଣା ବାବଦରେ ଖବର ନେଉଛି ବୋଲି ବାଚସ୍ପତି କହିଛନ୍ତି । କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରୁଛି । ସବୁ ବାବଦରେ ନଜର ରଖୁଛି । ମନ୍ଦିର କାର୍ଯ୍ୟ ସରିବାକୁ ଆହୁରି ବର୍ଷେ ଅଛି । ମନ୍ଦିର ବାବଦରେ କେବଳ ଅପରାଜିତା ଷଡଙ୍ଗୀ କହୁଛନ୍ତି । ହେଲେ ସେ କିଏ ? ସେ ଜଣେ ଇଣ୍ଡିଭିଜୁଆଲ । ଖୁବଶୀଘ୍ର ବୈଠକ ଡାକୁଛି । ଏନେଇ କାଗଜପତ୍ର ମାଗେଇଛି । ଶ୍ରୀମନ୍ଦିର ପ୍ରତି ବିପଦ ଅଛି ବୋଲି କିଏ କହୁଛି ? ବହୁତ ଲୋକ ବହୁତ କଥା କହୁଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Apr 28, 2022, 8:15 PM IST

ABOUT THE AUTHOR

...view details