ଭୁବନେଶ୍ବର: ପରୀକୁ ନ୍ୟାୟ ଦାବି ନେଇ ବିଧାନସଭାରୁ ଏବେ ରାଜରାସ୍ତାକୁ ଓହ୍ଲାଇଛି ରାଜ୍ୟ ବିଜେପି । ଆଜି ବିଜେପି ପକ୍ଷରୁ ଏକ ଟିମ ପରୀର ପରିବାର ଲୋକଙ୍କୁ ଭେଟିବାପାଇଁ ନୟାଗଡ଼ ଜିଲ୍ଲା ଅଭିମୁଖେ ଯାତ୍ରା କରିଛି ।
ନୟାଗଡ ଅଭିମୁଖେ ବିଜେପି ବିଧାୟକ ଦଳ ଟିମ ପରୀ ଗାଁକୁ ଯାଇ ଏହି ଟିମ୍ ତାଙ୍କ ପରିବାରକୁ ଭେଟିବ ବୋଲି ସୂଚନା ମିଳିଛି । ଏନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ବରେ ବିଜେପିର ତମାମ ବିଧାୟକ ଆଜି ନୟାଗଡ ଗସ୍ତ କରିଛନ୍ତି ।
ସେହିପରି ଆଗକୁ ପରୀକୁ ନ୍ୟାୟ ଦାବି ନେଇ ସଂଗ୍ରାମ ଜାରି ରହିବ ବୋଲି ବିଜେପିର ନେତାମାନେ କହିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ଏହି ଯାତ୍ରା ଆରମ୍ଭ ହୋଇଛି । ସୂଚନାଥାଉକି, ପରୀ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରୁଛି ବିଜେପି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ