ଓଡିଶା

odisha

ETV Bharat / city

ପରୀ ମାମଲା ନେଇ ଏସଆଇଟି ତଦନ୍ତ: ବିଜେପି ଦୁଇଫାଳ - ପରୀ ମାମଲା ନେଇ ଏସଆଇଟି ତଦନ୍ତ

ଏସଆଇଟି ତଦନ୍ତ ନେଇ ବିଜେପି ଦୁଇ ଫାଳ । କିଛି ନେତାଙ୍କ ସମର୍ଥନ କଲେ ଆଉ କିଛି କଲେ ବିରୋଧ । ଅଧିକ ପଢନ୍ତୁ...

pari murder case : bjp reaction on sit
ପରୀ ମାମଲା ନେଇ ଏସଆଇଟି ତଦନ୍ତ : ବିଜେପି ଦୁଇଫାଳ

By

Published : Dec 23, 2020, 7:25 PM IST

ଭୁବନେଶ୍ବର : ନୟାଗଡ଼ ପରୀ ହତ୍ୟାକାଣ୍ଡ ଘଟଣାକୁ ନେଇ ବିଜେପିର ଦୁଇ ମତ । ଦଳର ନେତା କିଏ କଣ କହୁଛନ୍ତି କିଛି ବୁଝା ପଡୁନି । କିଛି ନେତା ଏସଆଇଟି ତଦନ୍ତରେ ସତ୍ୟତା ଅଛି ବୋଲି ଖୁଲମ ଖୁଲା କହିଛନ୍ତି । ଆଉ କିଛି ନେତା ସିଧା ବର୍ଷିଛନ୍ତି । ବରିଷ୍ଠ ବିଜେପି ନେତା ତଥା ଜଣେ ବୁଦ୍ଧିଜୀବୀ ଭାବେ ଜଣାଶୁଣା ଖାରବେଳ ସ୍ବାଇଁ ଏସଆଇଟି ତଦନ୍ତରେ କିଛିଟା ସତ୍ୟତା ରହିଛି । ସେ ପୁଅ ଏତେ କାଣ୍ଡ ନିଭାଇଛି ବୋଲି ସେ କହିଛନ୍ତି । ଏପରିକି ତଦନ୍ତକୁ ନେଇ ଦ୍ବନ୍ଦ ସୃଷ୍ଟି କରା ନ ଯାଉ ବୋଲି କହିଛନ୍ତି ଖାରବେଳ । ଯାହାକି ବିଜେପିର ଆଭିମୁଖ୍ୟକୁ ପଦାରେ ପକାଇଛି । ସବୁବେଳେ ସ୍ପଷ୍ଟ ଓ ସିଧା ଉତ୍ତର ରଖୁଥିବା ଖାରବେଳ ଏଥିରେ ମଧ୍ୟ ବାସ୍ତବ କଥା କହିଦେଲେ ସିନା ହେଲେ ଏହା ଦଳକୁ ଅଡୁଆକୁ ଟାଣିଛି ।

ପରୀ ମାମଲା ନେଇ ଏସଆଇଟି ତଦନ୍ତ : ବିଜେପି ଦୁଇଫାଳ

ଗୋଟିଏ ପଟେ ଦଳ ପଦଯାତ୍ରା ଚଳାଇଛି, ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ରାଜ୍ୟବ୍ୟାପୀ ଦଳ ପ୍ରତିବାଦ କରୁଛି । ଦିଲ୍ଲୀରୁ ପଲ୍ଲୀ ଏସଆଇଟିକୁ ବିରୋଧ କରି ହୋହଲ୍ଲା କରୁଛି। ହେଲେ ଠିକ ଏତିକି ବେଳେ ପେଞ୍ଚ ମାରିଛନ୍ତି ଖାରବେଳ । ତେବେ ଖାରବେଳ ଏକଥା ବି କହିଛନ୍ତି ଘଟଣା ପଛରେ ଆଉ କିଏ ଅଛନ୍ତି ତାହା ବି ତଦନ୍ତ ହେଉ । ଅନ୍ୟପକ୍ଷରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଆଜି ପରୀ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଏସଆଇଟି ତଦନ୍ତରେ ଜଣେ ଅରୁଣ ଆଉ ଜଣେ ଅରୁଣଙ୍କ ଘୋଡାଇବାକୁ ପ୍ରୟାସ କରିଛନ୍ତି । ସୁନ୍ଦର କରି ଷ୍ଟୋରୀ ଲେଖିଛନ୍ତି । ଯାହାକି ଜଣେ ସାଧାରଣ ଲୋକ ବିଶ୍ବାସ କରିଯିବ । ତେବେ ସିବିଆଇ ତଦନ୍ତ କାହିଁକି ନହେବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details