ଓଡିଶା

odisha

ETV Bharat / city

ପରୀକୁ ନ୍ୟାୟ ଦାବି, ରବିବାରଠୁ ବିଜେପିର ପଦଯାତ୍ରା

ପରୀକୁ ନ୍ୟାୟ ଦେବାକୁ ବିଜେପି ଆସନ୍ତାକାଲି(ରବିବାର) ଠାରୁ ଲିଙ୍ଗରାଜ ମନ୍ଦିରରୁ ପଦଯାତ୍ରା ଆରମ୍ଭ କରିବ । ଏହା ଯଦୁପୁର ପର୍ଯ୍ୟନ୍ତ ଯିବ । ଅଧିକ ପଢନ୍ତୁ...

ପରୀକୁ ନ୍ୟାୟ ଦାବି
ପରୀକୁ ନ୍ୟାୟ ଦାବି

By

Published : Dec 19, 2020, 1:52 PM IST

ଭୁବନେଶ୍ବର: ପରୀକୁ ନ୍ୟାୟ ଦେବା ପାଇଁ ଆନ୍ଦୋଳନକୁ ଆହୁରି ତୀବ୍ର କରିବ ରାଜ୍ୟ ବିଜେପି । ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରୁ ପଦଯାତ୍ରା କରି ପରୀର ଗାଁ ଯଦୁପୁର ପର୍ଯ୍ୟନ୍ତ ଯିବ ଦଳ । ଏଥିରେ ସମସ୍ତ ତୁଙ୍ଗ ନେତା ସାମିଲ ହେବେ ।

ଆସନ୍ତାକାଲି ଅର୍ଥାତ ଡିସେମ୍ବର 20 ତାରିଖରୁ ଏହି ପଦଯାତ୍ରା ଆରମ୍ଭ ହେବାକୁ ଥିବାବେଳେ 24 ତାରିଖ ଯାଏ ଏହା ଚାଲିବ । 5 ଦିନ ଧରି ପଦଯାତ୍ରା କରି ବିଜେପି ପରୀକୁ ନ୍ୟାୟ ଦେବାକୁ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବ ।

ପରୀକୁ ନ୍ୟାୟ ଦାବି

ଏହି ପଦଯାତ୍ରା 20ରେ ଲିଙ୍ଗରାଜ ମନ୍ଦିରରୁ ବାହାରିବାକୁ ଥିବାବେଳେ ଯାଆଁଳା ଯାଏ ଯିବ । 21ରେ ଯାଆଁଳା ରୁ ସାରୁଅ, 22 ରେ ସାରୁଅରୁ ପିଚୁକୁଳି, 23 ରେ ପିଚୁକୁଳିରୁ ଇଟାମାଟି ଓ 24 ରେ ଇଟାମାଟିରୁ ଯଦୁପୁର ପଦଯାତ୍ରା କରାଯିବାର କାର୍ଯ୍ୟକ୍ରମ ରହିଥିବା ବିଜେପି ମୁଖପାତ୍ର ଯତୀନ ମହାନ୍ତି କହିଛନ୍ତି ।

ସୂଚନାଥାଉକି, ଡିସେମ୍ବର 5 ତାରିଖରୁ ପରୀକୁ ନ୍ୟାୟ ଦାବିରେ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଧାରଣା ଦିଆଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details