ଭୁବନେଶ୍ବର: ନୟାଗଡ଼ରୁ ରାଜଧାନୀ ଆଉ ପରେ ଦେଶର ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି ପରୀ ପ୍ରସଙ୍ଗ । ନୟାଗଡର ୫ ବର୍ଷର କୋମଳମତି ଶିଶୁ ପରୀକୁ ନ୍ୟାୟ ଦାବିରେ ଦିଲ୍ଲୀରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ଦ୍ଵାରସ୍ଥ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ।
ଦିଲ୍ଲୀରେ ପହଞ୍ଚିଲା ‘ପରୀ’ ପ୍ରସଙ୍ଗ
ଦେଶର ରାଜଧାନୀ ଦିଲ୍ଲୀରେ ପହଞ୍ଚିଲା ପରୀ ପ୍ରସଙ୍ଗ । ପରୀକୁ ନ୍ୟାୟ ଦାବିରେ ଦିଲ୍ଲୀରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ଦ୍ଵାରସ୍ଥ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ଅଧିକ ପଢନ୍ତୁ...
ଦିଲ୍ଲୀରେ ପହଞ୍ଚିଲା ‘ପରୀ’ ପ୍ରସଙ୍ଗ
ସେ ଏନସିପିସିଆର୍ ଅଧ୍ୟକ୍ଷଙ୍କୁ ଭେଟି ପରୀ ପ୍ରସଙ୍ଗରେ ଆଲୋଚନା କରିବା ସହ ଏକ ସ୍ମାରକ ପତ୍ର ଦେଇଛନ୍ତି । ପରୀର ପରିବାରକୁ ନ୍ୟାୟ ଏବଂ ଅପରାଧୀଙ୍କୁ ଦଣ୍ଡ ନ ମିଳିବା ଯାଏଁ ଲଢ଼େଇ ଜାରି ରହିବ ବୋଲି ସେ କହିଛନ୍ତି । ଏହି ଲଢ଼େଇ ନୟାଗଡରୁ ଆରମ୍ଭ ହୋଇ ଦିଲ୍ଲୀ ଯାଏଁ ଯିବ ବୋଲି ପୂର୍ବରୁ ସମ୍ବିତ ପାତ୍ର ଟ୍ବିଟ କରିଥିଲେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ