ଓଡିଶା

odisha

ETV Bharat / city

ନାରାୟଣ ପବ୍ଲିକ ସ୍କୁଲ ବିରୋଧରେ ଗର୍ଜିଲେ ଅଭିଭାବକ - ଭୁବନେଶ୍ବରରେ ଗର୍ଜିଲେ ଅଭିଭାବକ

ନାରାୟଣ ପବ୍ଲିକ ସ୍କୁଲ ବିରୋଧରେ ଅଭିଭାବକଙ୍କ ସ୍ବର । ସ୍କୁଲରେ ଦିଆଯାଉଛି ଆମ ପିଲାଙ୍କୁ ନିର୍ଯାତନା । ଅଧିକ ପଢ଼ନ୍ତୁ

ନାରାୟଣ ପବ୍ଳିକ ସ୍କୁଲ ବିରୋଧରେ ଗର୍ଜିଲେ ଅଭିଭାବକ
ନାରାୟଣ ପବ୍ଳିକ ସ୍କୁଲ ବିରୋଧରେ ଗର୍ଜିଲେ ଅଭିଭାବକ

By

Published : May 7, 2022, 7:57 PM IST

ଭୁବନେଶ୍ବର :ନାରାୟଣ ପବ୍ଲିକ ସ୍କୁଲ ବିରୋଧରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିକଟରେ ଫେରାଦ ହେଲେ ୫୦ରୁ ଅଧିକ ଅଭିଭାବକ । ସ୍କୁଲ କର୍ତ୍ତୃପକ୍ଷ ପିଲାଙ୍କୁ ଏବଂ ପିତାମାତାଙ୍କୁ ହାରସ୍ କରୁଥିବା ଅଭିଯୋଗ ନେଇ ହୋଇଛି ସଙ୍ଗୀନ ଅଭିଯୋଗ । ଦୀର୍ଘ ଦୁଇ ବର୍ଷ ପରେ ଖୋଲିଛି ସ୍କୁଲ । ହେଲେ ସ୍କୁଲ ଖୋଲିବାର ଗତ ୨ ମାସ ହେବ କ୍ଳାସ୍ ଆରମ୍ଭ ହୋଇଥିଲେ ବି ଏପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ ବହି ଦିଆଯାଇ ନାହିଁ । ଫଳରେ ପିଲା ପାଠ ପଢ଼ି ପାରୁନାହାଁନ୍ତି । ଖାଲି ସେତିକି ନୁହେଁ, ପିଲାଙ୍କ ପାଖରେ ବହି ନଥିବାରୁ ମାଗିଲେ ବି ବହି ମିଳୁନି ।

ନାରାୟଣ ପବ୍ଳିକ ସ୍କୁଲ ବିରୋଧରେ ଗର୍ଜିଲେ ଅଭିଭାବକ

ଆଉ ଯଦି ବହି ଦରକାର ତେବେ ପ୍ରଥମେ ୩୫ ପ୍ରତିଶତ ସ୍କୁଲ ଫି ଆଗୁଆ ଡିପୋଜିଟ ନକଲେ ବହି ମିଳିବନି ବୋଲି କୁହାଯାଉଛି । ଏହା ସହ ପିଲାଙ୍କୁ କ୍ଳାସରୁ ବାହାର କରିଦେବା, ପିଲାଙ୍କ ଉପରେ ଅଯଥା କାର୍ଯ୍ୟାନୁଷ୍ଠାନ ଏବଂ ଟିଫିନ ଖାଇବାକୁ ଦେଉନଥିବା ଏମିତି ବହୁ ହଇରାଣ କରୁଥିବା ଅଭିଯୋଗ ହୋଇଛି । ବାରମ୍ବାର ବିଇଓ ଏବଂ ଡିଇଓଙ୍କ ପାଖରେ ଏନେଇ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ପୂର୍ବରୁ ମଧ୍ୟ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିର୍ଦ୍ଦେଶକୁ ମାନିନି ସ୍କୁଲ୍ ।

ତେଣୁ ଆଜି ସ୍କୁଲର ନିୟମ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ ଅଭିଭାବକ । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ କହିଛନ୍ତି ଯେଉଁ ଅଭିଯୋଗ ଆସିଛି, ତା ଉପରେ ନିହାତି କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details