ଓଡିଶା

odisha

By

Published : Nov 24, 2020, 8:20 PM IST

ETV Bharat / city

ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ନ ବଦଳାଗଲେ 'ଶିକ୍ଷା ବଞ୍ଚାଓ ଅଭିଯାନ' କରିବ ଅଭିଭାବକ ମହାସଂଘ

କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟକୁ ସରକାର ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ସରକାର ଏହି ନିଷ୍ପତ୍ତିକୁ ସ୍ଥଗିତ ନ କଲେ 'ଶିକ୍ଷା ବଞ୍ଚାଓ ଅଭିଯାନ' ଆନ୍ଦୋଳନ କରିବ ଅଭିଭାବକ ମହାସଂଘ । ଅଧିକ ପଢନ୍ତୁ...

Parents' federation will protest against school closure decision of Odisha government
ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ନ ବଦଳାଗଲେ 'ଶିକ୍ଷା ବଞ୍ଚାଓ ଅଭିଯାନ' କରିବ ଅଭିଭାବକ ମହାସଂଘ

ଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ 15 ଓ 20ରୁ କମ୍‌ ଛାତ୍ରଛାତ୍ରୀ ଥିବା 7772ରୁ ଊର୍ଦ୍ଧ୍ବ ଚାଲୁଥିବା ସରକାରୀ ବିଦ୍ୟାଳୟକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ଅଭିଭାବକ ସଂଘ ଏହାକୁ ବିରୋଧ କରିବା ସହିତ ସେମାନଙ୍କ ଦାବିକୁ ସରକାର ନ ମାନିଲେ ଆଗାମୀ ଦିନରେ ସାରା ରାଜ୍ୟରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।

ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ନ ବଦଳାଗଲେ 'ଶିକ୍ଷା ବଞ୍ଚାଓ ଅଭିଯାନ' କରିବ ଅଭିଭାବକ ମହାସଂଘ

ଅଭିଭାବକ ମହାସଂଘ ରାଜ୍ୟରେ କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ସ୍ଥଗିତ ରଖିବା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ମିଶ୍ରଣ କମିଟିକୁ ପୁନଃ ଗଠନ କରାଯାଇ ସାଂସଦ, ବିଧାୟକ, ପଞ୍ଚାୟତ ରାଜ ନିର୍ବାଚିତ ଜଣେ ପ୍ରତିନିଧି ଓ ଶିକ୍ଷାବିତଙ୍କ ସହିତ ଆଲୋଚନା କରିବା ପାଇଁ ଅଭିଭାବକ ମହାସଂଘ କହିଛି ।

ପ୍ରାୟ 8 ହଜାରରୁ ଊର୍ଦ୍ଧ୍ବ ବେଆଇନ ଭାବରେ ଚାଲୁଥିବା ବିନା ସ୍ଵୀକୃତି ପ୍ରାପ୍ତ ଘରୋଇ ବିଦ୍ୟାଳୟଗୁଡିକୁ ତୁରନ୍ତ ବନ୍ଦ କରାଯାଉ । ଏହି ସମସ୍ତ ପ୍ରସ୍ତାବକୁ ଗ୍ରହଣ ନ କରାଗଲେ ଅଭିଭାବକ ମହାସଂଘ ଓଡିଶା ଶିକ୍ଷାର ସୁରକ୍ଷା ଏବଂ ପ୍ରସାର ପାଇଁ ଆନ୍ଦୋଳନ କରିବ । ରାଜନୀତିକ ଦଳ, ସାମାଜିକ ସଂଗଠନ, ଶିକ୍ଷକ ସଂଗଠନ ଇତ୍ୟାଦିଙ୍କୁ ନେଇ ଏକ 'ଶିକ୍ଷା ବଞ୍ଚାଓ ଅଭିଯାନ'ରେ ସାରା ରାଜ୍ୟରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯିବ ବୋଲି ଅଭିଭାବକ ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ତେବେ ବନ୍ଦ ହେବାକୁ ଥିବା ସମସ୍ତ ସ୍କୁଲର ଅଭିଭାବକମାନଙ୍କୁ ବିଦ୍ୟାଳୟ ବନ୍ଦ ପ୍ରତିବାଦରେ ସ୍କାରକ ପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନକଟକୁ ପଠାଇବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି ବୋଲି ଓଡିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details