ଓଡିଶା

odisha

ETV Bharat / city

ସ୍କୁଲ ଫି ବୃଦ୍ଧିକୁ ନେଇ ଥାନାରେ ଅଭିଯୋଗ ଆଣିଲେ ଅଭିଭାବକ - ଭୁବନେଶ୍ବର କ୍ରାଇମ ନ୍ୟୁଜ୍

ସ୍କୁଲ ଫି ବୃଦ୍ଧିକୁ ନେଇ ଅଭିବାବକ ଓ କତ୍ତୃପକ୍ଷଙ୍କ ମଧ୍ୟରେ ଚାଲିଥିବା ଗଣ୍ଡଗୋଳ ଶେଷରେ ଥାନରେ ପହଞ୍ଚିଲା ।

Bhubaneswar's school fees
ଭୁବନେଶ୍ବର ସ୍କୁଲ ଫି ଘଟଣା

By

Published : May 21, 2020, 6:09 PM IST

ଭୁବନେଶ୍ବର: ସ୍କୁଲ ଫି ବୃଦ୍ଧିକୁ ନେଇ ଥାନାରେ ଅଭିଯୋଗ କଲେ ଅଭିଭାବକ। ଫି ବୃଦ୍ଧିକୁ ନେଇ ସ୍କୁଲରୁ ଆରମ୍ଭ ହୋଇଥିବା ଘଟଣା ଶେଷରେ ଥାନା ପହଞ୍ଚିଛି । ସ୍କୁଲର କୌଣସି ସୁରକ୍ଷା ବ୍ୟବସ୍ଥା ନଥିବା ବେଳେ କର୍ତ୍ତୃପକ୍ଷ ମନଇଚ୍ଛା ଫି ଆଦାୟ କରୁଥିବା ନେଇ ଥାନା ରେ ଅଭିଯୋଗ ଆଣିଛନ୍ତି ଅଭିଭାବକ। କରୋନାକୁ ନେଇ ସ୍କୁଲ ବନ୍ଦ ରହିଥିବା ବେଳେ ଆରମ୍ଭରୁ ଫି ବୃଦ୍ଧି ପାଇଁ ଅଭିଭାବକଙ୍କ ନିକଟକୁ ଯାଉଛି ମେସେଜ। ଯାହାକୁ ନେଇ ଥାନା ରେ ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷ ମିଳିତ ଭାବରେ ଆଲୋଚନା କରିଥିଲେ।

ଭୁବନେଶ୍ବର ସ୍କୁଲ ଫି ଘଟଣା

ଅଭିଯୋଗ ଆସିଥିବା ସ୍କୁଲଟି ହେଉଛି ଭୁବନେଶ୍ବରର ନାରାୟଣ ସ୍କୁଲ। ସ୍କୁଲ ଫି ଦ୍ବିଗୁଣିତ କରିଥିବା ନେଇ ଶିକ୍ଷକମାନେ ଦୀର୍ଘ ଦିନ ଧରି ଅଭିଭାବକଙ୍କ ପାଖକୁ ମେସେସ କରୁଥିଲେ। ଯାହାକୁ ନେଇ କିଛି ଦିନ ତଳେ ଅଭିଭାବକମାନେ ଧାରଣାରେ ବି ବସିଥିଲେ। ସ୍କୁଲର କୌଣସି କାଗଜ ପତ୍ର ନଥିବା ବେଳେ ସ୍କୁଲ ପିଲାଙ୍କ ଠାରୁ ମନଇଚ୍ଛା ଟଙ୍କା ଆଦାୟ କରୁଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଅଭିଭାବକ । ପଟିଆରେ ନାରାୟଣ ସ୍କୁଲ ନାମରେ ଏହି ସ୍କୁଲ ଚାଲୁଥିବା ବେଳେ ସେହି ସ୍କୁଲ ଅଧୀନରେ ଆଉ ଏକ ସ୍କୁଲ କରି ଅଧିକ ଟଙ୍କାରେ ବ୍ୟବସାୟ କରୁଛନ୍ତି କର୍ତ୍ତୃପକ୍ଷ । ଅନ୍ୟପଟେ ଅଭିଭାବକ ମାନଙ୍କ ମଧ୍ୟରେ ଠିକ ଭାବରେ ବୁଝାମୁଣା ଅଭାବ ହେତୁ ଏଭଳି ପରିସ୍ଥିତି ଉପୁଜିଥିବା କହିଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details