ଓଡିଶା

odisha

ETV Bharat / city

ସରକାରୀ ଓ ବେସରକାରୀ ସ୍କୁଲରେ ଏକକ ପାଠ୍ୟକ୍ରମ ଆରମ୍ଭ କରିବାକୁ ଦାବି - ଏକକ ପାଠ୍ୟକ୍ରମ ଆରମ୍ଭ କରିବାକୁ ଓଡିଶା ଅଭିଭାବକ ମହାସଂଘର ଦାବି

ଉଭୟ ସରକାରୀ ଓ ବେସରକାରୀ ସ୍କୁଲରେ ଏକକ ନାମଲେଖା ସହ ପାଠପଢ଼ା ପ୍ରକ୍ରିୟା ଆରମ୍ଭ ପାଇଁ ଦାବି କଲା ଓଡିଶା ଅଭିଭାବକ ମହାସଂଘ । ଅଧିକ ପଢନ୍ତୁ

ସରକାରୀ ଓ ବେସରକାରୀ ସ୍କୁଲରେ ଏକକ ପାଠ୍ୟକ୍ରମ ଆରମ୍ଭ କରିବାକୁ ଓଡିଶା ଅଭିଭାବକ ମହାସଂଘର ଦାବି
ସରକାରୀ ଓ ବେସରକାରୀ ସ୍କୁଲରେ ଏକକ ପାଠ୍ୟକ୍ରମ ଆରମ୍ଭ କରିବାକୁ ଓଡିଶା ଅଭିଭାବକ ମହାସଂଘର ଦାବି

By

Published : Apr 11, 2022, 4:21 PM IST

ଭୁବନେଶ୍ବର:ରାଜ୍ୟରେ ସମସ୍ତ ସରକାରୀ ଓ ବେସରକାରୀ ଇଂରାଜୀ ଏବଂ ଓଡ଼ିଆ ମାଧ୍ୟମ ସ୍କୁଲରେ ଗୋଟିଏ ସମୟରେ ପାଠ ପଢ଼ା ଆରମ୍ଭ ହୋଇପାରି ନାହିଁ । ଏହାକୁ ଆଧାରକରି ନୂଆ ଶିକ୍ଷା ବର୍ଷ ଆରମ୍ଭ କରି ଉଭୟ ସରକାରୀ ଓ ବେସରକାରୀ ସ୍କୁଲରେ ଏକକ ନାମଲେଖା ସହ ପାଠପଢ଼ା ପ୍ରକ୍ରିୟା ଆରମ୍ଭ ପାଇଁ ଶିକ୍ଷା ବିଭାଗ ନିକଟରେ ଦାବି କରିଛି ଓଡିଶା ଅଭିଭାବକ ମହାସଂଘ ।

ସରକାରୀ ଓ ବେସରକାରୀ ସ୍କୁଲରେ ଏକକ ପାଠ୍ୟକ୍ରମ ଆରମ୍ଭ କରିବାକୁ ଓଡିଶା ଅଭିଭାବକ ମହାସଂଘର ଦାବି
ସୂଚନାଅନୁସାରେ, ଓଡିଶାରେ ଥିବା ସମସ୍ତ ବେସରକାରୀ ସ୍କୁଲ ବହୁ ପୂର୍ବରୁ ପ୍ରାୟ ଡିସେମ୍ବର ଓ ଫ୍ରେବୃଆରୀ ମାସରୁ ନାମଲେଖା ଆରମ୍ଭ କରି ନୂଆ ବର୍ଷ ପାଠ ପଢା ଆରମ୍ଭ କରିଦେଲେଣି । କିନ୍ତୁ ସରକାର ବର୍ତ୍ତମାନ ସୁଦ୍ଧା ନୂଆ ଶିକ୍ଷା ବର୍ଷ ପାଇଁ ତାରିଖ ଘୋଷଣା କରିନାହାନ୍ତିଁ । ଏହାର ସୁଯୋଗ ନେଇ ବେସରକାରୀ ସ୍କୁଲ ମାଲିକ ସରକାରୀ ସ୍କୁଲ ପିଲାମାନଙ୍କୁ ତାଙ୍କ ପାଖରେ ଆଡ଼ମିଶନ ପାଇଁ ପ୍ରବର୍ତ୍ତାଇବା ଭଳି ସମସ୍ଯା ସୃଷ୍ଟି କରିଛନ୍ତି ।

କିଛି ଅଂଚଳରେ ମଧ୍ୟ ଅଭିଭାବକଙ୍କୁ ପ୍ରବର୍ତ୍ତାଇ, ଚାପ ସୃଷ୍ଟି କରି, ରଙ୍ଗୀନ ସ୍ବପ୍ନର ପ୍ରଲୋଭନ ଦେଖାଇ ପ୍ରାଇଭେଟ ସ୍କୁଲରେ ଆଡ଼ମିସନ କରିବା ଦ୍ୱାରା ସରକାରୀ ସ୍କୁଲରେ ପିଲା ସଂଖ୍ୟା ହ୍ରାସ ପାଉଥିବା ଅଭିଯୋଗ କରିଛି ଓଡିଶା ଅଭିଭାବକ ମହାସଙ୍ଘ। ସରକାର ଯେତେ ଶିକ୍ଷା ସଚେତନତା ରଥ ବୁଲାଇଲେ ମଧ୍ୟ ଏହାର ଫଳ ଶୂନ । ଏହି ବ୍ୟତିକ୍ରମ ବା ପ୍ରଶାସନିକ ତ୍ରୁଟି ଯୋଗୁଁ ପ୍ରାଇଭେଟ ସ୍କୁଲମାନେ ବହୁ ଲାଭଵାନ ହେଉଛନ୍ତି । ଏଥିପାଇଁ ଗଣଶିକ୍ଷା ମନ୍ତ୍ରୀ ଓ ବିଭାଗର ଅଧିକାରୀ ମାନେ ସମ୍ପୂର୍ଣ୍ଣ ଦାୟୀ । ଏହା ପାଇଁ ଭୁଲ ବହି ବିକ୍ରି ପାଇଁ ନାମଲେଖା ପାଇଁ ଏକ ଭିତିରି ବୁଝାମଣା ହୋଇଥିବା ଅଭିଯୋଗ କରିଛି ମହାସଂଘ ।

ଭାରତ ବର୍ଷରେ ଏପ୍ରିଲ ପହିଲାରେ ଶିକ୍ଷା ବର୍ଷ ଆରମ୍ଭ ହୋଇ ଅଳ୍ପ କିଛି ଦିନ କ୍ଲାସ୍ ହେଲା ପାରେ ଗ୍ରୀଷ୍ମ ଛୁଟି ହୋଇ ପୁଣି ଜୁନ ଜୁଲାଇରେ ସ୍କୁଲ ଖୋଲି ପାଠ ପଢ଼ା ଆରମ୍ଭ ହୁଏ । ଓଡିଶାରେ ମଧ୍ୟ ସରକାରୀ ସ୍କୁଲରେ ସେହି ବ୍ୟବସ୍ଥା ରହିଛି । ହେଲେ ବେସରକାରୀ ସ୍କୁଲ ପାଇଁ କିଛି ନିୟମ ଜାଣି ଶୁଣି ତାଙ୍କୁ ସୁହାଇଲା ଭଳି କରାଯାଇଛି । ତେଣୁ ରାଜ୍ୟରେ ସବୁ ଇଂରାଜୀ, ଓଡ଼ିଆ, ସିବିଏସଇ, ଆଇସିଏସଇ, ଓଡ଼ିଆ ବୋର୍ଡ ସମସ୍ତ ସ୍କୁଲରେ ଏକକ ସମୟରେ ନାମଲେଖା ସହ ପାଠ ପଢ଼ା ଆରମ୍ଭ କରିବାକୁ ଦୃଢ଼ ଦାବି କରିଛି ଓଡିଶା ଅଭିଭାବକ ମହାସଂଘ ।


ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details