ଭୁବନେଶ୍ବର:ସ୍କୁଲ ଫିକୁ ନେଇ ଚିନ୍ତାରେ ଅଭିଭାବକ । ଆଜି କେଦାରଗୌରୀ ପାଖ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ପରିସରରେ ସ୍କୁଲ ଫି ଛାଡ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଘେରିଛନ୍ତି ଅଭିଭାବକ ସଂଘ ।
ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏକ ସ୍କୁଲ ଫି ପ୍ରସ୍ତୁତ ହୋଇଥିଲା । ସରକାର ମଧ୍ୟ ଏହାକୁ ସ୍ବୀକାର କରିଥିଲେ । ଫିକୁ ନେଇ ନିଆଯାଇଥିବା ନିଷ୍ପତ୍ତି ରାଜ୍ୟର ସମସ୍ତ ସ୍କଲକୁ ପଠାଇଥିଲେ ସରକାର । ମାତ୍ର କେଦାର ଗୌରୀ ପାଖ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ଏହି ନିୟମକୁ ମାନି ନାହିଁ । ସରକାରଙ୍କ ପ୍ରସ୍ତୁତ ହୋଇଥିବା ଫି ବଦଳରେ ସ୍କୁଲ କର୍ତ୍ତୃପକ୍ଷ ଅଧିକ ଫି ନେଇଥିବା ଅଭିଯୋଗ କରିଛନ୍ତି ଅଭିଭାବକ ସଂଘ । ମନଇଚ୍ଛା ଫି ନେଇଛନ୍ତି ସ୍କୁଲ । ହାଇକୋର୍ଟର ନିର୍ଦ୍ଦେଶକୁ ଅବମାନନା କରି ଫି ନେଉଛି ସ୍କୁଲ ।