ଓଡିଶା

odisha

ETV Bharat / city

ଘରୋଇ ସ୍କୁଲ ବିରୋଧରେ ଥାନାରେ ମାମଲା ରୁଜୁ କଲା ଅଭିଭାବକ ମହାସଂଘ - ସ୍କୁଲ ଫି କୁନେଇ ଛାତ୍ରଛାତ୍ରୀଙ୍କୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ

ସ୍କୁଲ ଫି’କୁ ନେଇ ଛାତ୍ରଛାତ୍ରୀଙ୍କୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗରେ ଘରୋଇ ସ୍କୁଲ ବିରୋଧରେ ମାମଲା ରୁଜୁ କଲା ଅଭିଭାବକ ମହାସଂଘ । ଅଧିକ ପଢନ୍ତୁ...

parents association
ଘରୋଇ ସ୍କୁଲ ବିରୋଧରେ ଥାନା ମାମଲା ରୁଜୁ କଲା ଅଭିଭାବକ ମହାସଂଘ

By

Published : Mar 5, 2021, 3:44 PM IST

ଭୁବନେଶ୍ବର: ଘରୋଇ ସ୍କୁଲ ବିରୋଧରେ ଥାନାରେ ମାମଲା ରୁଜୁ କଲା ଅଭିଭାବକ ମହାସଂଘ। ଘରୋଇ ସ୍କୁଲରେ ପିଲାଙ୍କ ଫି’ କୁ ନେଇ ନିର୍ଯ୍ୟାତନା କରାଯାଉଥିବା ଅଭିଯୋଗ ଆସିଥିବା ବେଳେ ଏନେଇ ଥାନାରେ ମାମଲା ରୁଜୁ କଲା ଓଡିଶା ଅଭିଭାବକ ମହାସଂଘ।

ଘରୋଇ ସ୍କୁଲ ବିରୋଧରେ ଥାନା ମାମଲା ରୁଜୁ କଲା ଅଭିଭାବକ ମହାସଂଘ


ଭୁବନେଶ୍ୱରରେ ଥିବା ଏକ ଘରୋଇ ସ୍କୁଲ ବିରୋଧରେ ଖାରବେଳ ନଗର ଥାନାରେ ଅଭିଯୋଗ କରିଛନ୍ତି ଓଡିଶା ଅଭିଭାବକ ମହାସଂଘ। ବାରମ୍ବାର ପିଲାଙ୍କୁ ନିର୍ଯାତନା ଦେବା ସହ ପରୀକ୍ଷା ନକରାଇବାକୁ ଧମକ ଦେଉଛନ୍ତି ବୋଲି ଅଭିଯୋଗ ହୋଇଛି। ଯାହାକୁ ନେଇ ଅଭିଭାବକ ମହାସଂଘ ଏନେଇ ପୂର୍ବରୁ ଶିକ୍ଷା ବିଭାଗର ଅଧିକାରୀକୁ ଅବଗତ କରିଥିଲେ ମଧ୍ୟ ଶୁକ୍ରବାର ଖାରବେଳ ଥାନାରେ ଲିଖିତ ଭାବରେ ଅଭିଯୋଗ କରିଛନ୍ତି। ଯାହା ଜୁଭେନାଲ ଆକ୍ଟରେ ଘରୋଇ ସ୍କୁଲ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଯାହା ଫଳରେ ଓଡିଶା ଅଭିଭାବକ ମହାସଂଘ ନ୍ୟାୟ ପାଇବ ବୋଲି ଅଭିଭାବକ ମହାସଂଘର ସଭାପତି କହିଛନ୍ତି ।


ଅନ୍ୟପଟେ ରାଜଧାନୀରେ ଛତୁ ଫୁଟିଲା ଭଳି ଘରୋଇ ଶିକ୍ଷାନୁଷ୍ଠାନ ଖୋଲାଯାଇଛି। ଏପଟେ କିନ୍ତୁ ସରକାରଙ୍କ କୌଣସି ନିୟମକାନୁନ ମାନୁନାହାନ୍ତି। ଏଭଳି କି କୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ଘରୋଇ ସ୍କୁଲ କର୍ତ୍ତୃପକ୍ଷମାନେ ମାନିବାର ନା ଧରୁନାହାଁନ୍ତି। ଘରୋଇ ସ୍କୁଲର ମନମାନିକୁ ନେଇ ବାରମ୍ବାର ଅଭିଭାବକ ମହାସଂଘ ବିରୋଧ କରି ଆସିଛି।


ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ABOUT THE AUTHOR

...view details