ଭୁବନେଶ୍ବର: ଆସୁଛି ତୃତୀୟ ଲହର। ଏନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ରହିଛନ୍ତି। ଏଭଳି ସ୍ଥିତିରେ ସ୍କୁଲ ଖୋଲିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଉଭୟ ଶିକ୍ଷାବିତ ଓ ଅଭିଭାବକ। ବହୁତ ଦିନ ହେଲାଣି ସ୍କୁଲ ଦେଖିନାହାନ୍ତି ପିଲାମାନେ। ବର୍ତ୍ତମାନ ଯେଉଁ ପରିସ୍ଥିତି ଅଛି ପୁଣି ଆଗକୁ କରୋନାର ତୃତୀୟ ଲହର ଆସିବାର ସମ୍ଭାବନା । ଏନେଇ କିପରି ସ୍କୁଲକୁ ଯିବେ ଛାତ୍ରଛାତ୍ରୀ। ଯେଉଁମାନେ କଟକଣା ମାନୁନାହାନ୍ତି ସେହିମାନେ ସ୍କୁଲକୁ ଛାଡି ଦେଇପାରନ୍ତି।
କୋରୋନା କଟକଣାରେ ପରୀକ୍ଷା ହୋଇପାରିଲା ନାହିଁ। ସରକାରଙ୍କ ଉପରେ କୌଣସି ନା କୌଣସି ପ୍ରକାର ଚାପ ପଡିଛି। ଯାହା ଫଳରେ ଏଭଲି ନିଷ୍ପତ୍ତି ନେଇଛନ୍ତି। ଯେଉଁ ମାନେ ଅନଲାଇନର ସୁବିଧା ପାଇପାରୁ ନହାନ୍ତି ସେମାନେ ସ୍କୁଲକୁ ଆସିବେ। ରାଜ୍ୟ ନୁହେଁ ଦେଶ ନୁହେଁ ସାରା ପୃଥିବୀରେ ତୃତୀୟ ଲହର କିଛି ଦେଶରେ ଆସିଗଲାଣି। ଏହି ଲହର ଛୋଟ ଛୋଟ ପିଲାଙ୍କ ଆକ୍ରାନ୍ତ କରିବା ବୋଲି ବିଶେଷଜ୍ଞ ମାନେ ମତ ରଖୁଥିବା ବେଳେ ଏଭଳି ସ୍ଥିତିରେ ସ୍କୁଲ ଖୋଲିବାକୁ ନାପସନ୍ଦ କରିଛନ୍ତି ଶିକ୍ଷାବିତ। ପିଲାଙ୍କୁ ଟୀକାକରଣ କରାଯାଇ ନାହିଁ। ଏସଓପି ଜାରି କରାଯାଇଥିଲେ ମଧ୍ୟ ପିଲାମାନେ କୌଣସି ମତରେ ସତର୍କତା ଅବଲମ୍ବନ କରିବେ ନାହିଁ ବୋଲି ଶିକ୍ଷାବିତ ବାସୁଦେବ ଛାଟୋଇ କହିଛନ୍ତି।
ସେପଟେ ଏଭଳି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଅଭିଭାବକ। ପିଲାମାନେ ଯଦି ସ୍କୁଲ ଯିବେ ତାଙ୍କୁ କଣ ସଂକ୍ରମଣ ହେବନାହିଁ ? ଏପଟେ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ଯେ, 12 ରୁ 18 ବର୍ଷର ଛୋଟ ଛୁଆଙ୍କୁ ଟିକା ଦେବା ପାଇଁ। କିନ୍ତୁ, ତା’ ପୂର୍ବରୁ ଏଭଳି ସ୍କୁଲ ଖୋଲିବା ନିଷ୍ପତ୍ତିକୁ ବାତିଲ କରାଯାଉ ବୋଲି କହିଛନ୍ତି ଅଭିଭାବକ ସୁଶାନ୍ତ ସାମନ୍ତରାୟ।