ଭୁବନେଶ୍ବର:ଆସନ୍ତା 28 ତାରୁଖରୁ ରାଜ୍ୟରେ ଖୋଲିବ ପ୍ରାଥମିକ ସ୍କୁଲ । କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ ରୁମରେ ପାଛପଢା ଆରମ୍ଭ ହେବ। କୋଭିଡ୍ ନିୟମ ମାନି ସମସ୍ତେ କେମିତି ସମସ୍ତ ଛାତ୍ରୀଛାତ୍ରୀ ସ୍କୁଲ ଆସିବେ ଏହା ପୂର୍ବରୁ ଆଜି ଅଭିଭାବକ ଏବଂ ଶିକ୍ଷକଙ୍କ ମଧ୍ୟରେ ବୈଠକ ବସିବ । ଶିକ୍ଷାଦାନ କିଭଳି ସ୍ଵାଭାବିକ ହେବ ଏହି ପ୍ରସଙ୍ଗକୁ ନେଇ ରାଜ୍ୟର ପ୍ରତି ପ୍ରାଥମିକ ସ୍କୁଲରେ ଆଜି ଅଭିଭାବକ ଶିକ୍ଷକ ବୈଠକ (ପିଟିଏ) ବସିବ ବୋଲି ନିଷ୍ପତି ହୋଇଛି।
ବୈଠକ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବାକୁ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଡିଇଓ, ଡିପିସି ଓ ବିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଇଓ ଏବଂ ସିଆରସିସିମାନେ ବୈଠକ ପରିଚାଳନା କରିବେ । ସ୍କୁଲ ଖୋଲିବା ଦିନ ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରବେଶ ଦ୍ବାରରେ ବେଲୁନ ଓ ଫୁଲରେ ସଜାଇବେ। ଛାତ୍ରଛାତ୍ରୀଙ୍କୁ ଫୁଲ ଦେଇ ସ୍ଵାଗତ କରିବେ । ଏହାସହ ସ୍କୁଲ ଖୋଲିଯିବା ପରେ ପ୍ରଥମରୁ ପଞ୍ଚମ ପିଲାଙ୍କ ଶିକ୍ଷଣସ୍ତର ମାପିବା ପାଇଁ ଆସନ୍ତା 9 ରୁ11 ତାରିଖ ଭିତରେ ହେବାକୁ ଥିବା ବେସଲାଇନ୍ ଆସେସ୍ମେଣ୍ଟ ସମ୍ପର୍କରେ ମଧ୍ୟ ଆଲୋଚନା ହେବ ।