ଓଡିଶା

odisha

ETV Bharat / city

ସାଧାରଣତନ୍ତ୍ର ଦିବସ ପରେଡ଼ ପାଇଁ ଫୁଲ ଡ୍ରେସ ରିହର୍ସାଲ - ଭୁବନେଶ୍ବର ଖବର

ଦିନକ ପରେ ଦେଶ ପାଳିବାକୁ ଯାଉଛି ଯାଉଛି 70ତମ ସାଧାରଣତନ୍ତ୍ର ଦିବସ। ଏନେଇ ପରେଡ଼ ପାଇଁ ଫୁଲ ଡ୍ରେସ ରିହରସଲ ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ଏହି ଦିବସକୁ ଜାତୀୟ ସ୍ତରୀୟ ଉତ୍ସବ ଭାବେ ପାଳନ କରିବାକୁ ପ୍ରସ୍ତୁତି କରାଯାଉଛି। ଅଧିକ ଖବର ପଢନ୍ତୁ...

s_pared final rehearshal
ସାଧାରଣତନ୍ତ୍ର ଦିବସ ପରେଡ଼ ପାଇଁ ଫୁଲ ଡ୍ରେସ ରିହରସଲ: ଜାତୀୟ ସ୍ତରୀୟ ଉତ୍ସବ ପାଇଁ ପ୍ରସ୍ତୁତି

By

Published : Jan 24, 2020, 11:22 AM IST


ଭୁବନେଶ୍ବର: ସମଗ୍ର ଦେଶ ପାଳନ କରିବାକୁ ଯାଉଛି 70ତମ ସାଧାରଣତନ୍ତ୍ର ଦିବସ। ଏଥିପାଇଁ ଦେଶର ରାଜଧାନୀ ନୂଆଦିଲ୍ଲୀ ଠାରୁ ଆରମ୍ଭ କରି ରାଜ୍ୟ ରାଜଧାନୀ ସମେତ ବିଭିନ୍ନ ସ୍ତରରେ ଚାଲିଛି ପ୍ରସ୍ତୁତି ପର୍ବ। ଏହି ଦିବସକୁ ମହାସମାରୋହରେ ପାଳନ କରିବା ପାଇଁ ଭୁବନେଶ୍ବରରେ ଆଜି ଶେଷ ପରେଡ ପ୍ରସ୍ତୁତି ଅନୁଷ୍ଠିତ ହୋଇଯାଇଛି।

ଏଥର ପରେଡ଼ରେ ଅନେକ ପରିବର୍ତ୍ତନ ହେବା ସହ ଏହାକୁ ଜାତୀୟସ୍ତରୀୟ ଉତ୍ସବ ଭାବେ ପାଳନ କରାଯିବାକୁ ଉଦ୍ୟମ ହେଉଥିବା ଜଣାଯାଉଛି। ଜାତୀୟ ସ୍ତରୀୟ ପରେଡ଼ ଭଳି ଏବର୍ଷ ପରେଡ଼ରେ ରାଜ୍ୟପାଳ ଅବିଭାଦନ ଗ୍ରହଣ କରିବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ମୁଖ୍ୟଅତିଥି ଭାବେ ଉପସ୍ଥିତ ରହି ପରେଡ଼ ଅନୁଧ୍ୟାନ କରିବେ ବୋଲି ଜଣାପଡିଛି।

ଆହୁରି ମଧ୍ୟ ଏହି ପରେଡ଼ର କଳେବରକୁ ବୃଦ୍ଧି କରାଯିବା ସହ 8ଜଣିଆ ବକ୍ସ ସଦୃଶ୍ୟ ଟିମରେ କଣ୍ଟିଜେଣ୍ଟ ମାର୍ଚ୍ଚ କରିବେ ଯାହାକି ଚିତାକର୍ଷକ ଓ ଆକର୍ଷଣୀୟ ହେବ । ପ୍ରାଥମିକ ଅବସ୍ଥାରେ ଏଥିରେ 11ଟି ସ୍ବତନ୍ତ୍ର ଦଳ ସେମାନଙ୍କ ପ୍ରଦର୍ଶନ କରିବେ ବୋଲି ଜଣାପଡିଥିବାବେଳେ ଏଥର ସମୁଦାୟ 48ଟି କଣ୍ଟିଜେଣ୍ଟ ଭାଗ ନେବେ ବୋଲି ପୋଲିସ ଡିଜି ଆଇପିଏସ ଅଭୟ ପ୍ରକାଶ କରିଛନ୍ତି।

ସାଧାରଣତନ୍ତ୍ର ଦିବସ ପରେଡ଼ ପାଇଁ ଫୁଲ ଡ୍ରେସ ରିହରସଲ: ଜାତୀୟ ସ୍ତରୀୟ ଉତ୍ସବ ପାଇଁ ପ୍ରସ୍ତୁତି

ଏହା ସହ ବିଭିନ୍ନ ସରକାରୀ ଅନୁଷ୍ଠାନର ପ୍ରଜ୍ଞାପନ ମେଢ଼ ଓ 4ଟି ସାଂସ୍କୃତିକ ଦଳ ଅଂଶଗ୍ରହଣ କରିବେ। ସେଥିରେ ଆଦିମ ଜନଜାତି ବଣ୍ଡାଙ୍କ ଏକ ଦଳ ସମେତ ଯୋଡି ଶଙ୍ଖ ଓ ପଶ୍ଚିମ ଓଡିଶାର ସାଂସ୍କୃତିକ ଦଳ ଓ ଓଡିଶା ରୋଲର ସ୍କେଟିଂର ଏକ ଦଳ ଭାଗନେଇ ନିଜର କଳାକୌଶଳ ପ୍ରଦର୍ଶନ କରିବେ। ଆଜିର ଶେଷ ପରେଡ଼ ପ୍ରସ୍ତୁତିରେ ସେମାନେ ଉତ୍ତମ ପ୍ରଦର୍ଶନ କରିଥିବାବେଳେ ଏହି ପ୍ରସ୍ତୁତିରେ ଡିଜି ସନ୍ତୋଷ ବ୍ୟକ୍ତ କରିଛନ୍ତି।


ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details