ଓଡିଶା

odisha

ETV Bharat / city

ଭୁବନେଶ୍ୱର ଷ୍ଟେସନରୁ 16.98% ବଢିଛି ପାର୍ସଲ ପରିବହନ - ଭୁବନେଶ୍ୱର ଷ୍ଟେସନରୁ ପାର୍ସଲ ପରିବହନ

ଭୁବନେଶ୍ୱର ଷ୍ଟେସନ ପାର୍ସଲ ବୋଝେଇରେ 16.98% ଅଭିବୃଦ୍ଧି ହୋଇଛି । ୨୦୨୧ ଫେବୃଆରୀ ମାସରେ ପ୍ରାୟ 1358.4 ଟନ୍ ପାର୍ସଲ ପରିବହନ କରାଯାଇଛି । ଅଧିକ ପଢନ୍ତୁ..

ଭୁବନେଶ୍ୱର ଷ୍ଟେସନରୁ 16.98% ବଢିଛି  ପାର୍ସଲ ପରିବହନ
ଭୁବନେଶ୍ୱର ଷ୍ଟେସନରୁ 16.98% ବଢିଛି ପାର୍ସଲ ପରିବହନ

By

Published : Mar 2, 2021, 5:13 PM IST



ଭୁବନେଶ୍ୱର : ରାଜଧାନୀ ଷ୍ଟେସନ ପାର୍ସଲ ବୋଝେଇରେ 16.98% ଅଭିବୃଦ୍ଧି ହୋଇଛି । ଭୁବନେଶ୍ୱର ରେଳ ଷ୍ଟେସନ ରୁ ୨୦୨୧ ଫେବୃଆରୀ ମାସରେ ପ୍ରାୟ 1358.4 ଟନ୍ ପାର୍ସଲ ପରିବହନ କରିଛି। ଯାହାକି ୨୦୨୦ ଫେବୃଆରୀ ମାସ ତୁଳନାରେ 16.98% ଅଧିକ ବୋଲି ପଞ୍ଜିକୃତ ହୋଇଛି।

ଗତ ବର୍ଷ ଠାରୁ ପ୍ରାୟ 197.2 ଟନ୍ ଅଧିକ ପାର୍ସଲ ପରିବହନ କରିପାରିଛି। ଭୁବନେଶ୍ୱର ରେଳ ଷ୍ଟେସନରୁ ୨୦୨୧ ଫେବୃଆରୀ ମାସରେ ପ୍ରାୟ 1358.4 ଟନ୍ ପାର୍ସଲ ପରିବହନ କରିଛି। ଯାହାକି ୨୦୨୦ ଫେବୃଆରୀ ମାସ ତୁଳନାରେ 16.98% ଅଭିବୃଦ୍ଧି ପଞ୍ଜିକୃତ ହୋଇଛି। 2021 ଫେବୃଆରୀରେ ଭୁବନେଶ୍ୱର ଷ୍ଟେସନ ପାର୍ସଲ ପରିବହନ ଆୟ , ୨୦୨୦ ଫେବୃଆରୀ ମାସ ତୁଳନାରେ 7.33% ଅଧିକ ରହିଛି । ଏହି ରାଜସ୍ୱ କେବଳ ଭୁବନେଶ୍ୱର ଷ୍ଟେସନ ବାହାରକୁ ପଠାଯାଇଥିବା ପାର୍ସଲ ପରିବହନରୁ ଆସିଛି।

ଚଳିତ ବର୍ଷ ପାର୍ସଲ ଭ୍ୟାନ ଚଳାଚଳ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଫେବୃଆରୀ 2021 ରେ ଭୁବନେଶ୍ୱର ଷ୍ଟେସନ ଦ୍ୱାରା ପାଞ୍ଚଟି ପାର୍ସଲ୍ ସ୍ପେସିଆଲ୍ ଟ୍ରେନ୍ ପରିଚାଳିତ ହୋଇଥିଲା। ଭୁବନେଶ୍ୱର ରେଳ ଷ୍ଟେସନ ଦେଶର ବିଭିନ୍ନ ଗନ୍ତବ୍ୟସ୍ଥଳକୁ ମାଛ, ଅଣ୍ଡା ଏବଂ ପାନ ପତ୍ର ଭଳି ଖୁବ କମ ସମୟରେ ନଷ୍ଟ ହୋଇଯାଉଥିବା ଜିନିଷଗୁଡ଼ିକର ପ୍ରମୁଖ ଅଂଶ ନିୟନ୍ତ୍ରଣ କରିଥାଏ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details