ଓଡିଶା

odisha

ETV Bharat / city

ପାରାଦ୍ବୀପରେ ରେକର୍ଡ ବର୍ଷା, ତାଳଚୁଆରେ ଉପୁଡ଼ିଲା ଗଛ

ବାତ୍ୟା 'ବୁଲବୁଲ' ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଆରମ୍ଭ ହୋଇଛି ବର୍ଷା ସାଙ୍ଗକୁ ପବନ । ଗତ 24 ଘଣ୍ଟାରେ ପାରାଦ୍ବୀପରେ ରେକର୍ଡ ବର୍ଷା ।

By

Published : Nov 9, 2019, 9:15 AM IST

ପାରାଦ୍ବୀପରେ ରେକର୍ଡ ବର୍ଷା

ଭୁବନେଶ୍ବର: 'ବୁଲବୁଲ' ପ୍ରଭାବରେ ବର୍ଷା ଆରମ୍ଭ । ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ବଢୁଛି ପବନର ବେଗ । ପାରାଦ୍ବୀପରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଗତ 24 ଘଣ୍ଟାରେ 159 ମିଲିମିଟର ବର୍ଷା ହୋଇଛି ।

ବାତ୍ୟା 'ବୁଲବୁଲ' ପ୍ରଭାବ
ବାତ୍ୟା 'ବୁଲବୁଲ' ପ୍ରଭାବ
ବାତ୍ୟା 'ବୁଲବୁଲ' ପ୍ରଭାବ

ସେହିପରି ଚାନ୍ଦବାଲିରେ 143ମିମି, ବାଲେଶ୍ବର 32 ମିଲିମିଟର ବର୍ଷା ହୋଇଛି । 'ବୁଲବୁଲ' ଏବେ ପାରାଦ୍ବୀପ ଠାରୁ 130 କିମି ଦୂରରେ ରହିଛି । ଏବେ ଏହା ଘଣ୍ଟାପ୍ରତି 7 କିମି ବେଗରେ ମାଡି ଆସୁଛି । ତେବେ ଆଜି ପ୍ରାୟ 9ଟି ଜିଲ୍ଲାରେ ବର୍ଷା ସାଙ୍ଗକୁ ପବନ ବୋହିବ । ତେବେ ବର୍ଷା ଓ ପବନ ଯୋଗୁଁ କେନ୍ଦ୍ରାପଡା ତାଳଚୁଆ ରାସ୍ତା ଉପରେ ଗଛ ଉପୁଡି ଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details