ଓଡିଶା

odisha

ETV Bharat / city

ବିଧାନସଭାରେ ବିଧାୟକଙ୍କ ଧମକ: ଲିଜ ଜମି ବିକ୍ରୀ କଲେ ପାରାଦୀପ ବନ୍ଦର ଅଚଳ କରିଦେବୁ - ବିଧାନସଭାରେ ବିଧାୟକଙ୍କ ଧମକ

ରାଜ୍ୟ ସରକାରଙ୍କଠାରୁ ଲିଜରେ ନେଇଥିବା ଜମିକୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ବିକ୍ରୀ କରୁଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ କରିଛନ୍ତି ଖୋଦ ପାରାଦ୍ୱୀପର ବିଜେଡି ବିଧାୟକ ସମ୍ବିତ ରାଉତରାୟ । ପାରାଦ୍ୱୀପ ବନ୍ଦର କତ୍ତୃପକ୍ଷ ଲିଜ ଜମି ବିକ୍ରୀ କଲେ ବନ୍ଦରକୁ ଅଚଳ କରିଦିଆଯିବ । ବିଧାନସଭାରେ ଆଜି ଏଭଳି ଧମକ ଦେଇଛନ୍ତି ସମ୍ବିତ । ଅଧିକ ପଢନ୍ତୁ

ବିଧାନସଭାରେ ବିଧାୟକଙ୍କ ଧମକ,
ବିଧାନସଭାରେ ବିଧାୟକଙ୍କ ଧମକ,

By

Published : Jul 26, 2022, 8:10 PM IST

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଠାରୁ ଲିଜରେ ନେଇଥିବା ଜମିକୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ବିକ୍ରୀ କରୁଥିବା ଅଭିଯୋଗ ହୋଇଛି । ଅଭିଯୋଗ କରିଛନ୍ତି ଖୋଦ ପାରାଦୀପର ବିଜେଡି ବିଧାୟକ ସମ୍ବିତ ରାଉତରାୟ । ଏନେଇ ବିଧାନସଭାରେ ପ୍ରଶ୍ନ ଉଠାଇ ବାଚସ୍ପତି ଓ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି ବିଧାୟକ । ନହେଲେ ପାରାଦୀପ ବନ୍ଦର ବିରୋଧରେ ବଡଧରଣର ଆନ୍ଦୋଳନ ସହିତ ଏହାକୁ ଅଚଳ କରିଦିଆଯିବ । ବିଧାନସଭାରେ ଆଜି ଏଭଳି ଧମକ ଦେଇଛନ୍ତି ସମ୍ବିତ ।

ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି ପାରାଦୀପ ବିଧାୟକ ସମ୍ବିତ ରାଉତରାୟ । ସମ୍ବିତ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି । ସମ୍ବିତ କହିଛନ୍ତି ଯେ, ପାରାଦୀପ ବନ୍ଦର ଗଠନ ବେଳେ ରାଜ୍ୟ ସରକାର ଏହାକୁ ଲିଜ ସୂତ୍ରରେ ୬୩୨୫ ଏକର ଜମି ଯୋଗାଇ ଦେଇଥିଲେ । ହେଲେ ରାଜ୍ୟ ସରକାରଙ୍କ ବିନା ପରାମର୍ଶରେ ପାରାଦୀପ ବନ୍ଦର ଏବେ ବିଭିନ୍ନ କମ୍ପାନୀକୁ ଏଥିରୁ ୫୦୦ ଏକର ଜମି ବିକ୍ରୀ କରିସାରିଲାଣି । ଆଗାମୀ ଦିନରେ ଆହୁରି ଜମି ବିକ୍ରୀ କରିବାକୁ ଯୋଜନା ହେଉଛି । ଜମି କିଣିଥିବା ବାହାରର କମ୍ପାନୀଗୁଡିକ ଷଣ୍ଢକୁଦ ଅଞ୍ଚଳରେ ଜମି ଅକ୍ତିଆର ସହିତ ଡ୍ରେନ ଆଦି ନିର୍ମାଣ କରୁଛନ୍ତି ।

ଏଠାରେ ୧୫ ହଜାରରୁ ଅଧିକ ଲୋକ ବସ୍ତିରେ ବସବାସ କରୁଛନ୍ତି । ସ୍ଥାନୀୟ ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ସହ ପରାମର୍ଶ ନକରି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ କିଭଳି ଏହି ଜମି ବିକିଦେଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଯଦି ଓଡ଼ିଶା ସରକାରଙ୍କ ଠାରୁ ଲିଜରେ ପାଇଥିବା ଜମିକୁ ବିକ୍ରୀ କରିବାରୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ କ୍ଷାନ୍ତ ନରୁହନ୍ତି, ତେବେ ଆଗାମୀ ଦିନରେ ବନ୍ଦର ବିରୋଧରେ ବଡଧରଣର ଆନ୍ଦୋଳନ ହେବ । ଏହା ସହ ଏହାକୁ ଅଚଳ କରିଦିଆଯିବ ବୋଲି ବିଧାନସଭାରେ ଧମକ ଦେଇଛନ୍ତି ବିଧାୟକ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details