ଭୁବନେଶ୍ବର: କୋରୋନା ଭୟ ପାଇଁ ପାରାଦୀପରେ ହେବାକୁ ଥିବା ସୈନ୍ୟ ବିଭାଗ ନିଯୁକ୍ତି ରାଲି ବାତିଲ । ସାରା ବିଶ୍ବରେ କୋରୋନା କାୟା ବିସ୍ତାର କରିଛି । କୋରୋନା ଆତଙ୍କରେ ଆତଙ୍କିତ ବିଶ୍ବବାସୀ । ଆସନ୍ତା ଏପ୍ରିଲ ୫ ରୁ ୧୬ ପର୍ଯ୍ୟନ୍ତ ସୈନ୍ୟ ବିଭାଗର ନିଯୁକ୍ତି ରାଲି ବାତିଲ କରାଯାଇଛି ।
ପାରାଦ୍ବୀପରେ ହେବାକୁ ଥିବା ସୈନ୍ୟ ବିଭାଗର ନିଯୁକ୍ତି ରାଲି ବାତିଲ - ପାରାଦ୍ବୀପ କୋରୋନା ଆତଙ୍କ
ମହାମାରୀ କୋରୋନାକୁ ମୁକାବିଲା କରିବା ପାଇଁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । କରୋନା ଆତଙ୍କ ଯୋଗୁଁ ପାରାଦୀପରେ ହେବାକୁ ଥିବା ସୈନ୍ୟ ବିଭାଗ ନିଯୁକ୍ତି ରାଲିକୁ ବାତିଲ କରିଦିଆଯାଇଛି । ଅଧିକ ପଢନ୍ତୁ...
ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ଗୋପବନ୍ଧୁ ଷ୍ଟାଡିୟମ ଠାରେ ଆସନ୍ତା ଏପ୍ରିଲ ୫ ରୁ ଆରମ୍ଭ ହେବାକୁ ଥିବା ସୈନ୍ୟ ନିଯୁକ୍ତିକୁ ବାତିଲ କରାଯାଇଛି । ରାଜ୍ୟ ସରକାର କରୋନା ଭୂତାଣୁ କୋଭିଡ୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ଏକ ରାଜ୍ୟ ବିପର୍ଯ୍ୟୟ ଭାବରେ ଘୋଷଣା କରିଛନ୍ତି । ରାଜ୍ୟ ସରକାର ରାଜ୍ୟରେ ଜନସମାବେଶ, ମେଳା, ମାର୍କେଟ ସାମାଜିକ ମିଳାମିଶା ଉପରେ ସମ୍ପୂର୍ଣ୍ଣ ଭାବରେ କଟକଣା ଜାରି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତା ଏପ୍ରିଲ ୫ ରୁ ୧୬ ପର୍ଯ୍ୟନ୍ତ ପାରାଦୀପରେ ଓଡ଼ିଶାର ୧୦ ଟି ଉପକୂଳ ଜିଲ୍ଲା ପାଇଁ ଆୟୋଜିତ ହେବାକୁ ଥିବା ସୈନ୍ୟ ବିଭାଗର ନିଯୁକ୍ତି ରାଲିକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ କରିଦିଆଯାଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ