ଭୁବନେଶ୍ବର:ପାରାଅଲମ୍ପିଆନ ପ୍ରମୋଦ ଭଗତ ୨୦୨୦ ପାଇଁ ମିଶ୍ରିତ ଯୁଗଳରେ ମଧ୍ୟ ଯୋଗ୍ୟତା ହାସଲ କରିଛନ୍ତି । ଅଗଷ୍ଟ ୨୪ ରୁ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ହେବାକୁ ଥିବା ପାରାଅଲମ୍ପିକ ୨୦୨୦ ରେ ମିଶ୍ରିତ ଯୁଗଳରେ ଯୋଗ୍ୟତା ହାସଲ କରିଛନ୍ତି।
ଜୁଲାଇ ୨୪ ତାରିଖରେ ବ୍ୟାଡମିଣ୍ଟନ୍ ୱାଲ୍ଡ ଫେଡେରେସନ (BWF) ପକ୍ଷରୁ ବ୍ୟାଡମିଣ୍ଟନ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ ଏବଂ ପାରା ଅଲମ୍ପିକ୍ କମିଟି ଅଫ୍ ଇଣ୍ଡିଆକୁ ସୂଚନା ଦିଆ ଯାଇଛି । ଟୋକିଓ ୨୦୨୦ ପାରାଅଲମ୍ପିକ୍ ଗେମ୍ସର ବ୍ୟାଡମିଣ୍ଟନ୍ ବିଭାଗରେ ପଲକ କୋହଲି ଓ ପ୍ରମୋଦ ଭଗତ ମିଶ୍ରିତ ଯୁଗଳରେ ପ୍ରତିନିଧତ୍ଵ କରିବେ।