ଭୁବନେଶ୍ବର: ଓଡିଶାରେ ତସ୍କରି ବିଦେଶକୁ ରପ୍ତାନୀ । ମେଡିସିନ ପ୍ରସ୍ତୁତ ପାଇଁ ବଜ୍ରକାପ୍ତାର କାରବାର ବଢିବାରେ ଲାଗିଛି । ଚୋରା କାରବାର ଚଳାଇଛନ୍ତି ବନ୍ଯପ୍ରାଣୀ ତସ୍କର । ଏନେଇ ଜୀବନ୍ତ ବଜ୍ରକାପ୍ତା ଚାଲାଣର ସୁରାକ ପାଇ ଏସଟିଏଫ ଟିମ୍ କଟକ ଆଠଗଡ ଅଞ୍ଚଳର ଅଭିମାନପୁରରରେ ରେଡ କରିଛି । ଏହି ସମୟରେ ଏସଟିଏଫ ଟିମ୍ ୧୪ କିଲୋଗ୍ରାମର ବଜ୍ରକାପ୍ତା ଜବତ କରିଛି ।
କଟକରେ ଏସଟିଏଫର ରେଡ୍: ଜଣେ ଗିରଫ, ଜୀବନ୍ତ ବଜ୍ରକାପ୍ତା ଜବତ - ବଜ୍ରକାପ୍ତା ଚାଲାଣ କଟକ
କଟକରେ ବଜ୍ରକାପ୍ତା ଚାଲାଣବେଳେ ଧରିଲା ଏସଟିଏଫ ଟିମ୍ । ଜଣେ ଗିରଫଙ୍କ ସମେତ 14 କିଲୋ ବଜ୍ରକାପ୍ତା ଜବତ । ଅଧିକ ପଢନ୍ତୁ....
ଏଥିସହ ମାମଲାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ କେଶବ ସାହୁକୁ ଗିରଫ କରି କୋର୍ଟଚାଲାଣ କରିଛି ଏସଟିଏଫ ଟିମ । ତେବେ ଚାଇନାରେ ବଜ୍ରକାପ୍ତାର ଚାହିଦା ଅଧିକ ଥିବାରୁ ରାଜ୍ୟରେ ଏହାର ଚୋରାକାରବାର ବୃଦ୍ଧି ପାଉଛି ଏବଂ ଏହା ଫଳରେ ଏହି ପ୍ରଜାତିର ଜନ୍ତୁଙ୍କର ବଂଶ ଧିରେ ଧିରେ ଲୋପ ପାଇବାକୁ ବସିଥିବା ଚର୍ଚ୍ଚା ହେଉଛି । ତେବେ ଏହା ପୂର୍ବରୁ ମଧ୍ଯ ଏକ ବର୍ଷ ମଧ୍ଯରେ ୩ଟି ବଜ୍ରକାପ୍ତା ଚାଲାଣବେଳେ ଧରିଛି ଏସଟିଏଫ ଟିମ । ବର୍ତ୍ତମାନ ଆଠଗଡରୁ ବଜ୍ରକାପ୍ତା ଜବତ ପଛରେ ଅନ୍ୟ କେହି ହାଇପ୍ରୋଫାଇଲ ମାଫିଆଙ୍କ ସମ୍ପୃକ୍ତି ରହିଥିବା ନେଇ ସନ୍ଦେହ କରୁଛି ଏସଟିଏଫ ଟିମ୍ । ସେପଟେ ଏସଟିଏଫ ଟିମ ମଧ୍ୟ ମାମଲାର ଅଧିକ ତଦନ୍ତ ଜାରି ରଖିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ