ଭୁବନେଶ୍ବର: ରାଜ୍ୟରେ ଚାଲିଥିବା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ଆସନ୍ତାକାଲି ହେବ ଶେଷ ତଥା ପଞ୍ଜମ ପର୍ଯ୍ୟାୟ ମତଦାନ । ମତଦାନ ଶେଷ ହେବାପରେ ଆସନ୍ତା 26 ରୁ 28 ପର୍ଯ୍ୟନ୍ତ 3 ଦିନ ଧରି ବ୍ଲକ ମୁଖ୍ୟାଳୟରେ ହେବ ଭୋଟ ଗଣତି ।
ଏନେଇ ରାଜ୍ୟ ନିର୍ବାଚନ କମିଶନ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ଭୋଟ କିଭଳି ଗଣତି ହେବ ଆଜି (ବୁଧବାର) ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବିନ୍ଦ୍ର ନାଥ ସାହୁ ବିସ୍ତୃତ ସୂଚନା ଦେଇଛନ୍ତି ।
ପ୍ରଥମ-ଭୋଟ ଗଣତି ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛ।
ଦ୍ବିତୀୟ- ଜିଲ୍ଲା ପରିଷଦ ଜୋନ ଅନୁଯାୟୀ ଭୋଟ ଗଣନା ହେବ ।
ତୃତୀୟ -ପ୍ରତି ଜୋନରେ ଯେତିକି ଗ୍ରାମ ପଞ୍ଚାୟତ ରହିଛି ସେତିକି ଟେବୁଲ ରହିବ।
ଚତୁର୍ଥ -ନନଷ୍ଟପ କାଉଣ୍ଟିଙ୍ଗ ହେବ ।
ପଞ୍ଚମ -ଓଡିଆ ଆଲଫାବେଟ୍ ଅନୁଯାୟୀ ପଞ୍ଚାୟତ ଗୁଡିକୁ ଟେବୁଲ ଦିଆଯିବ।