ଓଡିଶା

odisha

ETV Bharat / city

ଏକାଧିକ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା BJP - ସରକାରୀ ଅଧିକାରୀ ନିୟମ ଉଲ୍ଲଙ୍ଘନ କରୁଛନ୍ତି

ସରକାରୀ ଅଧିକାରୀ ଶାସକ ଦଳ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି । ଏଭଳି ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଦାବି ପତ୍ର ଦେଲା ରାଜ୍ୟ ବିଜେପି । ଅଧିକ ପଢନ୍ତୁ

ବିଜେପି
v

By

Published : Jan 28, 2022, 5:35 PM IST

ଭୁବନେଶ୍ବର: ସରକାରୀ ଅଧିକାରୀ ଶାସକ ଦଳ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି । ଏଭଳି ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନ (State Election Commission Odisha)ଙ୍କୁ ଭେଟି ଦାବି ପତ୍ର ଦେଲା ରାଜ୍ୟ ବିଜେପି ।

ଏହାକୁ ନେଇ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି, ପୋଲସରା ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ସରକାରୀ ଅଫିସକୁ ବିଜେଡି ଅଫିସରେ ପରିଣତ କରିଛନ୍ତି । ଟିକଟ ବଣ୍ଟନ, ପ୍ରଚାର ନିଷ୍ପତ୍ତି ସହ ବିନା ଟେଣ୍ଡରରେ ଖଣି ବଣ୍ଟନ ନିଷ୍ପତ୍ତି ନେଉଛନ୍ତି ତହସିଲଦାର । ସେହିପରି ମାଲକାନଗିରି କାଲିମେଳା ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ରୀନା କାବାସୀ ଅପହରଣ ଘଟଣାରେ ହୋମଗାର୍ଡ ସୁଜିତ ସ୍ବାଇଁଙ୍କ ଆକାଉଣ୍ଟରୁ ରୀନାଙ୍କ ଭାଇଙ୍କ ଆକାଉଣ୍ଟକୁ ଯାଇଛି 10 ହଜାର ଟଙ୍କା। ଅର୍ଥାତ ସରକାରୀ ଅଧିକାରୀ ହୋଇବି ଜାଣିଶୁଣି ବିଜେପି ପ୍ରାର୍ଥୀଙ୍କୁ ପ୍ରଲୋଭନ ସହ ଧମକାଉଥିବା ଅଭିଯୋଗ କରିଛନ୍ତି ଲେଖାଶ୍ରୀ ।

ଏକାଧିକ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପି

ଏହାବାଦ ବିଜେପି ଅଭିଯୋଗ କରିଛି ଆଠମଲ୍ଲିକ କିଶୋନନଗର ବ୍ଳକ ଅଧ୍ୟକ୍ଷା ବବିତା ପ୍ରଧାନ ଓ ବିଡିଓ ନିଜ ଜିଲ୍ଲାରେ ଜାନୁଆରୀ 26 ରେ ପତାକା ଉତ୍ତୋଳନ କରିଛନ୍ତି। କିନ୍ତୁ ନିୟମ ଅନୁଯାୟୀ ନିର୍ବାଚନ ସମୟରେ ଜିଲ୍ଲାରେ କୌଣସି ସରକାରୀ ଅଧିକାରୀ ପତାକାଉତ୍ତୋଳନ କରି ପାରିବେ ନାହିଁ।

ଅନ୍ୟପଟେ ଗଞ୍ଜାମ ଚିକିଟିର ପାତ୍ରପୁର ବ୍ଳକ ଆଙ୍କୁଳି ପଞ୍ଚାୟତରେ ଏକ ମାତ୍ର ସରପଞ୍ଚ ପ୍ରାର୍ଥୀ ନମିତା ନାୟକ ଥିଲେ ସୁଦ୍ଧା ବିଡିଓ ଚଞ୍ଚକତା କରି ପ୍ରାର୍ଥୀପତ୍ର ଚୋରିର ବାହାନା କରି ଆଉ ଥରେ ନିର୍ବାଚନ କରୁଥିବା ଅଭିଯୋଗ କରିଛି ଦଳ । ଏହି ସମସ୍ତ ଅଭିଯୋଗ ନେଇ କାର୍ଯ୍ୟାନୁଷ୍ଠାନ ଦାବି କରି ନିର୍ବାଚନ କମିଶନରଙ୍କୁ ସାକ୍ଷାତ କରିଛନ୍ତି ବିଜେପି ପ୍ରତିନିଧୀ ଦଳ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details