ଓଡିଶା

odisha

ETV Bharat / city

ଫେବୃଆରୀରେ ପଞ୍ଚାୟତ ପୋଲ୍‌, ଏବର୍ଷ 6,794 ଗ୍ରାମପଞ୍ଚାୟତରେ ନିର୍ବାଚନ - 91,916 ୱାର୍ଡରେ ନିର୍ବାଚନ

ଆସୁଛି ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ । ଚଳିତ ବର୍ଷ 6,794 ଗ୍ରାମପଞ୍ଚାୟତ ଓ 91,916 ୱାର୍ଡରେ ଅନୁଷ୍ଠିତ ହେବ ନିର୍ବାଚନ । ଅଧିକ ପଢନ୍ତୁ...

6,794 ଗ୍ରାମ ପଞ୍ଚାୟତ ଓ 91,916 ୱାର୍ଡରେ ହେବ ନିର୍ବାଚନ
6,794 ଗ୍ରାମ ପଞ୍ଚାୟତ ଓ 91,916 ୱାର୍ଡରେ ହେବ ନିର୍ବାଚନ

By

Published : Nov 16, 2021, 12:45 PM IST

Updated : Nov 16, 2021, 4:11 PM IST

ଭୁବନେଶ୍ବର:ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରସ୍ତୁତି ଜୋରଦାର କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଚଳିତ ନିର୍ବାଚନରେ 6,794 ଗ୍ରାମ ପଞ୍ଚାୟତ ଓ 91,916 ୱାର୍ଡରେ ନିର୍ବାଚନ ଅନୁଷ୍ଠିତ ହେବ । ଏହାସହ ନିର୍ବାଚନ ଲାଗି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ସଚିବ ରବୀନ୍ଦ୍ର ସାହୁ ।

ଫେବୃଆରୀରେ ପଞ୍ଚାୟତ ପୋଲ୍‌, ଏବର୍ଷ 6,794 ଗ୍ରାମପଞ୍ଚାୟତରେ ନିର୍ବାଚନ

ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ 6,794 ଗ୍ରାମ ପଞ୍ଚାୟତରେ ହେବ । ଗତ 2017 ପଞ୍ଚାୟତ ନିର୍ବାଚନ 6,801 ଗ୍ରାମ ପଞ୍ଚାୟତରେ ହୋଇଥିଲା । ଯେହେତୁ 7 ଗ୍ରାମ ପଞ୍ଚାୟତ ଏନଏସସିରେ ମିଶି ଯାଇଛି ସେହିଠାରେ ପଞ୍ଚାୟତ ନିର୍ବାଚନ ହେବ ନାହିଁ । ସେଗୁଡିକ ହେଲା ବାଲେଶ୍ଵର ରେମୁଣାର 4 ଗ୍ରାମ ପଞ୍ଚାୟତ, ନୟାଗଡ଼ ଓଡ଼ଙ୍ଗାର 2ଟି ଗ୍ରାମ ପଞ୍ଚାୟତ ଏବଂ ବରଗଡ଼ ବିଜେପୁରର ଗୋଟିଏ ଗ୍ରାମ ପଞ୍ଚାୟତ ।

ସେହିପରି 111ଟି ୱାର୍ଡରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ ନାହିଁ । 91,916 ୱାର୍ଡ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଗତ 2017ରେ 92 ହଜାର 27 ଟି ୱାର୍ଡରେ ନିର୍ବାଚନ ହୋଇଥିଲା । 111 ୱାର୍ଡ ଏନଏସସିରେ ମିଶିଥିବାରୁ ଏଠାରେ ପଞ୍ଚାୟତ ନିର୍ବାଚନ ହେବ ନାହିଁ ।


ୱାର୍ଡ ମେମ୍ବର ପାଇଁ ସଂରକ୍ଷଣ:-

ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ 91,916 ୱାର୍ଡ ମଧ୍ୟରୁ 49,469 ସିଟ୍ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ପଛୁଆବର୍ଗଙ୍କ ପାଇଁ 12,031ଟି ୱାର୍ଡ ସଂରକ୍ଷିତ ରହିଛି ।

ସରପଞ୍ଚ ପାଇଁ ସଂରକ୍ଷଣ:-

6,794 ପଞ୍ଚାୟତ ମଧ୍ୟରୁ 3,500 ସିଟ୍ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ଓବିସିମାନଙ୍କ ପାଇଁ 778 ସିଟ୍ ସଂରକ୍ଷିତ ରଖାଯାଇଛି ।

ସମିତି ସଭ୍ୟ ପାଇଁ ସଂରକ୍ଷଣ:-

6,793 ସମିତି ସଭ୍ୟରେ 35,38ଟି ସିଟ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ଓବିସିମାନଙ୍କ ପାଇଁ 913ଟି ସିଟ ସଂରକ୍ଷିତ ରଖାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Nov 16, 2021, 4:11 PM IST

ABOUT THE AUTHOR

...view details