ଓଡିଶା

odisha

ETV Bharat / city

ପଞ୍ଚାୟତ ନିର୍ବାଚନରେ ହେବ ସଂଶୋଧନ, ଭୁଲ ତଥ୍ୟ ଦେଲେ ଦଣ୍ଡ ସହ ଜୋରିମାନା - ଓଡିଶା ପଞ୍ଚାୟତ ନିର୍ବାଚନ ପ୍ରାର୍ଥୀ ଦେବେ ସତ୍ୟପାଠ

ଦେଶର ରାଜନୀତିରେ ସ୍ବଚ୍ଛତା ଆଣିବା ପାଇଁ ଜାରି ରହିଛି ବିଭିନ୍ନ ସଂସ୍କାର ମୂଳକ ପଦକ୍ଷେପ । ଯାହା ଏବେ ତୃଣମୂଳ ସ୍ତରରେ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଏନେଇ ଆଜି ରାଜ୍ୟ ସରକାର ଆଇନର ସଂଶୋଧନ ପାଇଁ ଅଧ୍ୟାଦେଶ ଜାରି କରିଛନ୍ତି । ଅଧିକ ପଢନ୍ତୁ

ପଞ୍ଚାୟତ ନିର୍ବାଚନ
ପଞ୍ଚାୟତ ନିର୍ବାଚନ

By

Published : Dec 25, 2021, 2:06 PM IST

Updated : Dec 25, 2021, 3:30 PM IST

ଭୁବନେଶ୍ବର:ଦେଶର ରାଜନୀତିରେ ସ୍ବଚ୍ଛତା ଆଣିବା ପାଇଁ ଜାରି ରହିଛି ବିଭିନ୍ନ ସଂସ୍କାର ମୂଳକ ପଦକ୍ଷେପ । ଯାହା ଏବେ ତୃଣମୂଳ ସ୍ତରରେ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଏନେଇ ଆଜି ରାଜ୍ୟ ସରକାର ଆଇନର ସଂଶୋଧନ ପାଇଁ ଅଧ୍ୟାଦେଶ ଜାରି କରିଛନ୍ତି । ଏହାଦ୍ବାରା ଓଡିଶା ଗ୍ରାମପଞ୍ଚାୟତ ଆଇନ ୧୯୬୪, ଓଡିଶା ପଞ୍ଚାୟତ ସମିତି ଆଇନ ୧୯୫୯, ଓଡିଶା ଜିଲ୍ଲା ପରିଷଦ ଆଇନ ୧୯୯୧ର ସଂଶୋଧନ ହେବ ।

ଯଦ୍ବାରା ଏଣିକି ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ମାନେ ମାନାଙ୍କନ ଦାଖଲ ବେଳେ ସତ୍ୟପାଠ ଦେବେ । ନିର୍ବାଚନ ଲଢୁଥିବା ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ମାନେ ନିଜର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ତାଲିକା, ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ମାମଲାର ପୁରା ତଥ୍ୟ ଦେବାକୁ ବାଧ୍ୟ ହେବେ । ଫଳରେ ସାଧାରଣ ଜନତା ତୃଣମୂଳ ସ୍ତରରୁ ନିଜର ଲୋକପ୍ରତିନିଧିଙ୍କ ସମ୍ପର୍କରେ ସୂଚନା ପାଇପାରିବେ ।

ଯଦି ଏହି ସଂଶୋଧିତ ଆଇନର କେଉଁଠି କୌଣସି ପ୍ରାର୍ଥୀ ଯଦି ଉଲ୍ଲଘଂନ କରନ୍ତି ବା ଦେଇଥିବା ସତ୍ୟପାଠର ଭୁଲ ପ୍ରାମାଣିତ ହୁଏ ପରବର୍ତ୍ତୀ ସମୟରେ ଓଡିଶା ଗ୍ରାମପଞ୍ଚାୟତ ଆଇନ ଅନୁସାରେ ୬ ମାସ ଜେଲ ଦଣ୍ଡ ସମେତ ଅର୍ଥ ଦଣ୍ଡ ଭୋଗିବାକୁ ପଡିବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Dec 25, 2021, 3:30 PM IST

ABOUT THE AUTHOR

...view details