ଓଡିଶା

odisha

ETV Bharat / city

‘ପଞ୍ଚାୟତ ନିର୍ବାଚନକୁ ଡରି ସଂରକ୍ଷଣ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର’ - ବିଜେପି ଓ କଂଗ୍ରେସ

ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ୱାର୍ଡ ମେମ୍ବର, ସମିତି ସଭ୍ୟ, ସରପଞ୍ଚଙ୍କ ସଂରକ୍ଷଣ ତାଲିକା ଚୂଡାନ୍ତ କରି ତାଲିକା ପ୍ରକାଶ ପାଇବ । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ଓ କଂଗ୍ରେସ । ଅଧିକ ପଢନ୍ତୁ...

Panchayat election notification reaction by congress and bjp
ପଞ୍ଚାୟତ ନିର୍ବାଚନକୁ ଡରି ସଂରକ୍ଷଣ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର

By

Published : Oct 8, 2021, 7:23 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି ପାଇଁ ପସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା 26 ତାରିଖ ମଧ୍ୟରେ ୱାର୍ଡ ମେମ୍ବର, ସମିତି ସଭ୍ୟ, ସରପଞ୍ଚଙ୍କ ସଂରକ୍ଷଣ ତାଲିକା ଚୂଡାନ୍ତ କରି ରାଜ୍ୟ ସରକାର ନିର୍ବାଚନ କମିଶନଙ୍କୁ ଦେବେ। ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ଓ କଂଗ୍ରେସ ।

‘ପଞ୍ଚାୟତ ନିର୍ବାଚନକୁ ଡରି ସଂରକ୍ଷଣ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର’

ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ବ୍ୟବସ୍ଥାକୁ ନେଇ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କିହଛନ୍ତି ଯେ ୫୦ ପ୍ରତିଶତ ଭିତରେ ସଂରକ୍ଷଣ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଏନେଇ ବିଲ ପାରିତ ହୋଇଥିଲା । ଏବେ ଏଥିପାଇଁ ବିଜ୍ଞପ୍ତି ଜାରି ହୋଇଛି । ଆମେ ତନ୍ନ ତନ୍ନ କରି ଦେଖିବୁ । ଯଦି କିଛି ଅଭିଯୋଗ ଥିବ ତାହେଲେ ଆମେ ଜଣାଇବୁ। ସେହିପରି ପିପିଲି ନିର୍ବାଚନରେ ପରାଜୟକୁ ନେଇ ମୋକିମ କିହଛନ୍ତି ଯେ କଂଗ୍ରେସ ପ୍ରସ୍ତୁତ ନଥିଲା । କିନ୍ତୁ ଏବେ ପଞ୍ଚାୟତ ନିର୍ବାଚନ ନେଇ କଂଗ୍ରେସ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି ।

ସେହିପରି ପଞ୍ଚାୟତ ନିର୍ବାଚନ ନେଇ ବିଜେପି ବିଧାୟିକା କୁସୁମ ଟେଟେ ପ୍ରତିକ୍ରିୟାରେ କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ ରହିଛି। ଗତଥର ବିଜେପି ସପକ୍ଷରେ ଫଳାଫଳ ଥିଲା। ଚଳିତ ଥର ବି ବିଜେପି ସପକ୍ଷରେ ରହିବ। ଜିଲ୍ଲାରେ ବିଜେପି ଚେୟାରମ୍ୟାନ ଗଢ଼ିବ। ସଂରକ୍ଷଣ ନେଇ ପୂର୍ବରୁ ଅଭିଯୋଗ ରହିଛି। ପ୍ରସ୍ତାବ ବହୁ ପୂର୍ବରୁ ଦିଆଯାଇଥିଲା। ଯଦି ସଠିକ ଭାବେ ସଂରକ୍ଷଣ ବ୍ୟବସ୍ଥା ନଥିବ ବିରୋଧ କରିବୁ ବୋଲି କହିଛନ୍ତି ବିଧାୟିକା ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details