ଭୁବନେଶ୍ବର:ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି । ରାଜ୍ୟ ନିର୍ବାଚନ ଆୟୋଗ ଭୋଟର ତାଲିକା ପ୍ରସ୍ତୁତି ଦିଗରେ ଗୁରୁତ୍ବ ଦେଇଛନ୍ତି । 1 ନଭେମ୍ବର 2021 ସୁଦ୍ଧା 18 ବର୍ଷ ପୂରଣ ହୋଇଥିବା ସମସ୍ତଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରାଯିବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।
ୱାର୍ଡ ୱାଇଜ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ତାରିଖ ଘୋଷଣା ହୋଇଛି । କେନ୍ଦ୍ର ନିର୍ବାଚନ ଆୟୋଗ ଭୋଟର ତାଲିକା ଆଧାରରେ ଭୋଟର ତାଲିକା ପ୍ରସ୍ତୁତ ହେବ । ପ୍ରାଥମିକ ଭୋଟର ତାଲିକା ୧୬.୧୧ ୨୦୨୧ରୁ ୨୩.୧୧. ୨୦୨୧ ଯାଏଁ ଗ୍ରାମପଞ୍ଚାୟତ ହେଡକ୍ବାର୍ଟସରେ ପ୍ରକାଶିତ କରାଯିବ । ଏହି ସମୟରେ ଯେଉଁମାନଙ୍କର ଦାବି ବା ଆପତ୍ତି ଥିବ ସେମାନେ ପଞ୍ଚାୟତ ସ୍ତରରେ ଥିବା ଅଧିକାରୀଙ୍କୁ ଜଣାଇବେ । ଦୁଇଟି ଫର୍ମରେ ଆପତ୍ତି ଜଣାଇପାରିବେ । ଫର୍ମ 16 ଓ 17 ଜରିଆରେ ଆପତ୍ତି ଜଣାଇପାରିବେ । ନୂଆ ଭୋଟର ତାଲିକା ପାଇଁ ଫର୍ମ ୧୬ ଓ ଆପତ୍ତି ଥିଲେ ଫର୍ମ ୧୭ ଦ୍ବାରା ଜଣାଇପାରିବେ ।