ଭୁବନେଶ୍ବର: ଆସନ୍ତା ବଜେଟ ନେଇ ଶୁକ୍ରବାର ଅର୍ଥ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଏଥିରେ ଅର୍ଥ ବିଶାରଦ ମାନଙ୍କ ମତ ନିଆଯାଇଛି । ତେବେ ଆଗାମୀ ବଜେଟରେ ରାଜ୍ୟ ସରକାର କ’ଣ ବ୍ୟବସ୍ଥା ରଖିବେ, କାହାକୁ ଗୁରୁତ୍ୱ ଦିଆଯିବ, କରୋନା ସମୟରେ ଅର୍ଥନୀତି ମାନ୍ଦାବସ୍ଥା ଭିତରେ କିଭଳି ଲୋକାଭିମୁଖୀ ବଜେଟ ହେବ ସେନେଇ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି ।
ରାଜ୍ୟ ସରକାର ଆଉ ଋଣ ନକରନ୍ତୁ: ପଞ୍ଚାନନ - panchanan kanungo statement in budget meeting
ଆସନ୍ତା ବଜେଟ ନେଇ ଶୁକ୍ରବାର ଅର୍ଥ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଏଥିରେ ଅର୍ଥ ବିଶାରଦମାନଙ୍କ ମତ ନିଆଯାଇଛି । ଅଧିକ ପଢନ୍ତୁ...
ଆସନ୍ତା ବଜେଟ ନେଇ ପଞ୍ଚାନନ କାନୁନଗୋଙ୍କ ପ୍ରତିକ୍ରିୟା
ସେ କହିଛନ୍ତି ଯେ, ମୁଦ୍ରାସ୍ଫିତି ଅନୁସାରେ ଏଥର ବଜେଟରେ 7 ପ୍ରତିଶତ ବୃଦ୍ଧି ହେବା ନିହାତି ଆବଶ୍ୟକ । ରାଜ୍ୟ ସରକାର ଯେଉଁପରି ଭାବେ ରୂଣ କରିଚାଲିଛନ୍ତି ଆଗାମୀ ଦିନରେ ସ୍ଥିତି ଅଣାୟତ୍ତ ହୋଇଯିବ । ତେଣୁ, ଆଉ ଋଣ ନକରି ବ୍ୟବସ୍ଥାକୁ ସୁଧାରିବା ପାଇଁ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ । ଏଠାରେ କହିରଖୁଛୁ ଯେ, ଆସନ୍ତା ଫେବୃଆରୀ ମାସରେ ରାଜ୍ୟ ବାର୍ଷିକ ବଜେଟ ଉପସ୍ଥାପନା ହେବ ।
ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ