ଭୁବନେଶ୍ବର: ନିଜ ସଂସଦୀୟ କ୍ଷେତ୍ରରେ ହୋଇଛି ପକ୍କାଘର ଅନିୟମିତତା । ଯୋଗ୍ୟ ହିତାଧିକାରୀଙ୍କୁ ଜାଣିଶୁଣି ବାଦ ଦିଆଯାଇଛି । ଉଦ୍ଦେଶ୍ୟ ମୂଳକ ଭାବରେ ଅନେକ ହିତାଧିକାରୀ ବାଦ ପଡିଛନ୍ତି । ଏପରିକି କୋର୍ଟଙ୍କ ରାୟକୁ ବି ଶୁଣୁନାହାଁନ୍ତି ବୋଲି ଅଭିଯୋଗ ବାଢିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ।
ପକ୍କା ଘର ଦୁର୍ନୀତି ଅଭିଯୋଗ: ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ସାଂସଦ ଅପରାଜିତାଙ୍କ ଚିଠି - ପକ୍କାଘର ଅନିୟମିତତା
ନିଜ ସଂସଦୀୟ କ୍ଷେତ୍ରରେ ହୋଇଛି ପକ୍କାଘର ଅନିୟମିତତା। ଯାହାକୁ ନେଇ ପଞ୍ଚାୟତି ରାଜ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
ନିଜ ସଂସଦୀୟ କ୍ଷେତ୍ର କପିଳେଶ୍ବର, ଗଡମନତିର, ରାମଚନ୍ଦ୍ରପୁର, ବାଲିବେରେନୀ ଅଞ୍ଚଳରେ ଏଭଳି ଅନିୟମିତତା ଦେଖାଦେଇଛି । ତେବେ ସାରା ଓଡ଼ିଶାରେ ଏଭଳି ସ୍ଥିତି ସବୁଆଡେ ଦେଖା ଦେଇଛି ବୋଲି ସେ କହିଛନ୍ତି । ଏହି ଅଭିଯୋଗ ଆଣି ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ