ଓଡିଶା

odisha

ETV Bharat / city

‘ଆକ୍ବାରିଲ’ ମାଧ୍ୟମରେ ଗ୍ରାମ୍ୟ ପରିବେଶରୁ ସହରୀ ସଭ୍ୟତାର ରୂପ ବର୍ଣ୍ଣନା - ଶିଳ୍ପୀ ଅଜୟ କୁମାର ଆଙ୍କିଲେ ଆକ୍ବାରିଲ

ଭୁବନେଶ୍ୱରସ୍ଥିତ ବିକେ ଆର୍ଟ କଲେଜର ଛାତ୍ର ଶିଳ୍ପୀ ଅଜୟ କୁମାର ଆଙ୍କିଲେ ‘ଆକ୍ବାରିଲ’ । ସେ ‘ଆକ୍ବାରିଲ’ ମାଧ୍ୟମରେ ଗ୍ରାମ୍ୟ ପରିବେଶରୁ ସହରୀ ସଭ୍ୟତାର ରୂପକୁ ବର୍ଣ୍ଣନା କରିଛନ୍ତି । ଆଉ ଏହା ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Jul 23, 2019, 11:26 PM IST

ଭୁବନେଶ୍ୱର: ଜଳ ରଙ୍ଗର ଛବିରେ ପିଲା ବେଳର ଗ୍ରାମ୍ୟ ପରିବେଶ ଆଉ ତାହାର ପରିବର୍ଦ୍ଧିତ ରୂପକୁ କାନଭାସ ଉପରେ ଆଙ୍କିଥିବା ଶିଳ୍ପୀ ଅଜୟ କୁମାରଙ୍କ ସୃଷ୍ଟିର ସମାହାର ହେଉଛି ‘ଆକ୍ବାରିଲ’ । ଯାହା ଆଜି ସର୍ବସାଧାରଣଙ୍କ ପ୍ରଦର୍ଶନ ପାଇଁ ସ୍ଥାନୀୟ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ଠାରେ ଅତିଥିଙ୍କ ଦ୍ୱାରା ଉଦଘାଟିତ ହୋଇଛି । ଶିଳ୍ପୀ ଅଜୟ କୁମାର ଆଙ୍କିଲେ ଆକ୍ବାରିଲ ।


ଛତିଶଗଡ଼ ନିବାସୀ ଶ୍ରୀ ନାୟକ ଭୁବନେଶ୍ୱରସ୍ଥିତ ବିକେ ଆର୍ଟ କଲେଜର ଛାତ୍ର ହୋଇଥିବା ବେଳେ ପିଲାଟି ବେଳୁ ତାଙ୍କର ଚିତ୍ର ପ୍ରତି ଦୁର୍ବଳତା ଥିଲା। ଗାଁରୁ ସହର ନିଜ ଜୀବନ ଯାତ୍ରା ଭିତରେ ଚାରି ପାଖରେ ଦେଖିଥିବା ପରିବେଶ ଓ ପ୍ରକୃତିକୁ ସେ ନିଜର କାନଭାସ ମାଧ୍ୟମରେ ଉତାରିବାକୁ ଚେଷ୍ଟା କରିଥାନ୍ତି ବୋଲି ସେ କହିଛନ୍ତି । ଯାହା ତାଙ୍କୁ ଅନେକ ତୃପ୍ତି ଦେଇଥାଏ । ଏହାରି ମଧ୍ୟରେ ସେ ଜଳରଙ୍ଗକୁ ଉପଯୋଗ କରି ପାଖାପାଖି 45ଟି ଚିତ୍ର ପ୍ରସ୍ତୁତ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଯାହାକି ବେଶ ଉଚ୍ଚକୋଟୀର ହୋଇଥିବା କହିଛନ୍ତି ବରିଷ୍ଠ ଚିତ୍ରକର ତଥା ସଙ୍ଗୀତ ନାଟକ ଏକାଡେମୀର ପୂର୍ବତନ ସଭାପତି ତାରାକାନ୍ତ ପରିଡା । ଆଜିଠାରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀ ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ଚାଲିବ। ତେଣୁ ଚିତ୍ରପ୍ରେମୀ ରସିକ ଦର୍ଶକ ଏହାର ସୁଯୋଗ ନେବା ସହିତ କଳାକାରଙ୍କୁ ଉତ୍ସାହିତ କରିବାକୁ ସେ କହିଛନ୍ତି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details