ଭୁବନେଶ୍ବର: ଫୁଲ, ଫଳ, ପତ୍ର, ଉଦ୍ଭିଦ ସମେତ ନିଜ ପରିବେଶ, ଜଳ ସଂରକ୍ଷଣ ଏବଂ ସ୍ବଚ୍ଛ ଭାରତର କାନଭାସ ଉପରେ ନିଜ ଭିତରେ ଥିବା ଚିତ୍ରକରର ପ୍ରତିଛବି ଆଙ୍କିଛନ୍ତି। ଯେଉଁଥିରେ ଭୁବନେଶ୍ବର ଅଞ୍ଚଳରେ ଥିବା ବିଭିନ୍ନ ବିଦ୍ୟାଳୟରୁ କେଜି ୱାନରୁ ଆରମ୍ଭ କରି ମାଟ୍ରିକରେ ପଢ଼ୁଥିବା ପାଖାପାଖି 400ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଛନ୍ତି।
ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରର ସହଯୋଗରେ ପ୍ଲାଣ୍ଟ ଲଭର୍ସ ଆସୋସିଏସନ ପକ୍ଷରୁ ଏହି ଆୟୋଜନ କରାଯାଇଥାଏ ବୋଲି ଅନୁଷ୍ଠାନର ଉପସଭାପତି ପ୍ରତାପ ମହାପାତ୍ର ପ୍ରକାଶ କରିଛନ୍ତି। ଚିତ୍ରାଙ୍କନର ଉଦେଶ୍ୟ ପିଲାଙ୍କ ମଧ୍ୟରେ ଥିବା ସୃଜନ ପ୍ରତିଭାର ପରିପ୍ରକାଶ କରିବା। ଏହା ସହିତ ପ୍ରକୃତି ଓ ପରିବେଶ ସମ୍ପର୍କରେ ପିଲାବେଳ ଠାରୁ ସମ୍ବେଦନଶୀଳ ହେବା ବୋଲି ସେ କହିଛନ୍ତି।