ଓଡିଶା

odisha

ETV Bharat / city

ଶହୀଦଙ୍କ ପାଇଁ ଅମରନାଥରୁ ରାମେଶ୍ବରମକୁ ପଦଯାତ୍ରା - ପୁଲୱାମା ଆତଙ୍କୀ ହମଲା

ଇଚ୍ଛାଶକ୍ତି ଆଗରେ ହାର ମାନଛି ଦୂରତାର କଷ୍ଟ । ଭାରତୀୟ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଅମରନାଥରୁ ରାମେଶ୍ବରମ ପର୍ଯ୍ୟନ୍ତ ଯାତ୍ରା କରୁଛନ୍ତି 35 ବର୍ଷର ଯୁବକ । ଅଧିକ ଖବର ପଢନ୍ତୁ...

ଶହୀଦଙ୍କ ପାଇଁ ଅମରନାଥରୁ ରାମେଶ୍ବରମକୁ ପଦଯାତ୍ରା
ଶହୀଦଙ୍କ ପାଇଁ ଅମରନାଥରୁ ରାମେଶ୍ବରମକୁ ପଦଯାତ୍ରା

By

Published : Dec 16, 2019, 3:06 PM IST

ଭୁବନେଶ୍ବର: ଇଚ୍ଛାଶକ୍ତି ଆଗରେ ହାର ମାନଛି ଦୂରତାର କଷ୍ଟ । ଭାରତୀୟ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଅମରନାଥରୁ ରାମେଶ୍ବରମ ପର୍ଯ୍ୟନ୍ତ ଯାତ୍ରା କରୁଛନ୍ତି 35 ବର୍ଷର ଯୁବକ । ନିଜର ଲକ୍ଷସ୍ଥଳରେ ଦୀର୍ଘ 201 ଦିନ ହେଲା ପଦଯାତ୍ରା କରୁଛନ୍ତି ।

2019 ଫେବୃଆରୀ ୧୪ ତାରିଖରେ ପୁଲୱାମା ଆତଙ୍କୀ ହମଲା ଭାରତକୁ ଦେଇଥିଲା ଏକ ଶକ୍ତ ଝଟକା । ପୁଲୱାମା ଆଟାକରେ ଶହୀଦ ହୋଇଥିଲେ ୪୦ ଯବାନ । ଏହି ଘଟଣାକୁ ନେଇ ସାରା ଦେଶ ଲୁହରେ ଭିଜିଥିବା ବେଳେ ଏକ 35 ବର୍ଷର ପୂଜାରୀ ଯୁବକ ଏକ ଅଭିନବ ଉପାୟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଅମରନାଥରୁ ରାମେଶ୍ବରମ ପର୍ଯ୍ୟନ୍ତ ପଦଯାତ୍ରା କରି ବୀର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ଯୁବକ ଜଣଙ୍କ । ଯୁବକ ଜଣଙ୍କ ହେଲେ ରାହୁଲ ଶର୍ମା । ଘର ଉତ୍ତରପ୍ରଦେଶର ଏକ ଛୋଟିଆ ଗ୍ରାମରେ ।

ଶହୀଦଙ୍କ ପାଇଁ ଅମରନାଥରୁ ରାମେଶ୍ବରମକୁ ପଦଯାତ୍ରା

ପିଲାଟି ଦିନରୁ ଭାରତୀୟ ସେନା ବାହିନୀରେ ସାମିଲ ହେବାର ଇଚ୍ଛା ରହିଥିଲା । ହେଲେ ପିଲାଟି ବେଳୁ ବାପା ମାଆ ଅରପାରିକୁ ଚାଲିଗଲେ । ଛୋଟ ସମୟରୁ ଏକୁଟିଆ ରହିବା ପରେ ଜୀବନରେ କିଛି କରିବା ପାଇଁ ଆଗ୍ରହ ରଖିଲେ ରାହୁଲ । ଯାହା ଗୋଟେ ଦିନ ପରେ କିଛି ଲୋକ ଭୁଲିଯାନ୍ତି ହେଲେ ରାହୁଲ ତାହା 201 ଦିନ ହେଲା ମନେପକାଇ ଯାତ୍ରା କରୁଛନ୍ତି । ତାହା କେବଳ ଭାରତୀୟ ଶହୀଦ ବୀର ଯବାନଙ୍କ ପାଇଁ ।

ରାହୁଲ କହିଛନ୍ତି ଯେ, ପିଲାଟି ଦିନରୁ ଇଚ୍ଛା ଥିଲା ଦେଶ ପାଇଁ କିଛି କରିବାକୁ ହେଲେ ବାଧକ ସାଜିଥିଲା ବିଭିନ୍ନ ସମସ୍ୟା । ହେଲେ ନିଜେ ଦେଖିଥିବା ସ୍ବପ୍ନକୁ ହରାଇଥିଲେ ରାହୁଲ । ହେଲେ ଦେଶ ପାଇଁ ଲଢ଼ୁଥିବା ବୀର ଯବାନଙ୍କ ପାଇଁ କିଛି କରିବାର ଆଶା ମନରେ ରଖି ନିସ୍ବାର୍ଥପର ଭାବରେ ଅମରନାଥରୁ ରାମେଶ୍ବରମ ଯାଏଁ ପଦଯାତ୍ରା କରୁଛନ୍ତି ।

ଏନେଇ ଅମରନାଥରୁ ଯାତ୍ରା ଆରମ୍ଭ କରି ବୈଷ୍ଣୋ ଦେବୀ କାମାକ୍ଷା ଦେବୀ ଓ ତିରୁପତି ବାଲାଜୀ ହୋଇ ରାମେଶ୍ବରମରେ ପହଞ୍ଚିବାର କାର୍ଯ୍ୟକ୍ରମ ରଖିଛନ୍ତି ରାହୁଲ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details