ଓଡିଶା

odisha

ETV Bharat / city

ଚା’ ଦୋକାନୀରୁ ପଦ୍ମଶ୍ରୀ ସମ୍ମାନ; ମନେପଡିବେ ‘ଗୁରୁଜୀ’ - Cuttack-Based Tea Seller Prakash

ବସ୍ତି ଶିକ୍ଷାର ଧ୍ବଜାଧାରୀ, ମାନବ ସେବାର ପ୍ରତୀକ, ରକ୍ତଦାତା ଭାବେ ରେକର୍ଡ କରିଥିବା ପଦ୍ମଶ୍ରୀ ପ୍ରକାଶ ରାଓଙ୍କୁ ମନେପକାଉଛି ମାଟି ମା’, ଝୁରୁଛି ପୂରା ରାଜ୍ୟ । ତାଙ୍କ ଭଳି ପରୋପକାରୀଙ୍କ ଦେହାନ୍ତରେ ସୃଷ୍ଟି ହୋଇଛି ଅପୂରଣୀୟ ଶୂନ୍ୟସ୍ଥାନ । ଦେଖନ୍ତୁ ଇଟିଭି ଭାରତ ସ୍ପେଶାଲ ରିପୋର୍ଟ..

ମନେପଡିବେ କଟକୀ ଚା’ ବାଲା
ମନେପଡିବେ କଟକୀ ଚା’ ବାଲା

By

Published : Jan 14, 2021, 9:58 PM IST

Updated : Jan 15, 2021, 3:59 PM IST

କଟକ: ରାଷ୍ଟ୍ରୀୟ ମର୍ଯ୍ୟାଦ ସହ ପଞ୍ଚଭୂତରେ ଲୀନ ହେଲେ ଡି ପ୍ରକାଶ ରାଓ । ସ୍ଥାନୀୟ କାଳିଆ ବୁଦା ଶ୍ମଶାନରେ ପଞ୍ଚଭୂତରେ ଲୀନ ହେଲେ ପ୍ରଖ୍ୟାତ ପରୋପକାରୀ, ସମାଜସେବୀ ପ୍ରକାଶ ରାଓ । ଆଉ ତାଙ୍କ ଭଳି ସୁଯୋଗ୍ୟ ସନ୍ତାନକୁ ହରାଇ କାନ୍ଦୁଛି କଟକ, ସ୍ତବ୍ଧ ତାଙ୍କ ହାତ ତିଆରି ସ୍କୁଲ ‘ଆଶା ଓ ଆଶ୍ବସନା’ । ଗୁରୁଜୀଙ୍କୁ ମନେପକାଇ କୋହ ସମ୍ଭାଳିପାରୁନାହାନ୍ତି ପିଲାଏ , ଝୁରୁଛନ୍ତି ଶୁଭେଚ୍ଛୁ, ସମର୍ଥକ । ସଟର ଭିତରେ ନିଜ ପ୍ରିୟ ମଣିଷର ବାଟ ଚାହିଁ ବସିଛି ସେଇ ଚା ’ କେଟଲୀ ।

ମନେପଡିବେ ‘ଗୁରୁଜୀ’

62 ବର୍ଷ ମଧ୍ୟରେ ଜୀବନ ର ଅନେକ ସଫଳତା ପାଇଛନ୍ତି ସେ। ସମାଜ ପାଇଁ ପ୍ରକାଶଙ୍କ ନିଃସ୍ବାର୍ଥପର ତ୍ୟାଗ ଅପୂରଣୀୟ । ତାଙ୍କର କର୍ମ ଅସାଧାରଣ ହୋଇ ବି ଆଜୀବନ ସେ ସାଧାରଣ ହୋଇ ବଞ୍ଚିଛନ୍ତି । ମାନବ ସେବାର ଜୁନୁନ ଓ ସରଳ, ମିଷ୍ଟଭାଷୀ ସ୍ବଭାବ ତାଙ୍କୁ କରିଛି ସ୍ବତନ୍ତ୍ର । ବସ୍ତିପିଲାଙ୍କୁ ପାଠ ପଢାଇବା ସହ ରକ୍ତଦାନ ଓ ରୋଗୀସେବା କ୍ଷେତ୍ରରେ ସେ ସୃଷ୍ଟି କରିଛନ୍ତି ମାଇଲଖୁଣ୍ଟ । ରାଜ୍ୟର ସର୍ବାଧିକ ରକ୍ତଦାତା ତାଲିକାରେ ସେ ସବୁଠୁ ଆଗରେ । ଅସହାୟ, ଅବହେଳିତ ଲୋକଙ୍କୁ ନିଜ ରକ୍ତ ଦେଇ ବଞ୍ଚାଇବାରେ ସେ କେବେ ଦେଉନଥିଲେ ପଛଘୁଞ୍ଚା ।

ଚା ଦୋକାନ ରେ ଯାହା ବି କିଛି ରୋଜଗାର ହୁଏ ତାହାକୁ ସେହି ସ୍କୁଲରେ ହିଁ ଖର୍ଚ୍ଚ କରନ୍ତି ଡି ପ୍ରକାଶ ରାଓ । ମାଗଣା ଶିକ୍ଷା ସହ ବସ୍ତି ରେ ରହୁଥିବା କୁନି କୁନି ପିଲା ଙ୍କୁ ବାପା ମାଆ ରେ ସ୍ନେହ ଦେଉଥିଲେ ଏହି ମହାନ ମଣିଷ । ହେଲେ ସମସ୍ତଙ୍କୁ ଛାଡି ଆଜି ସେ ଚାଲି ଯାଇଛନ୍ତି । ବସ୍ତି ରେ ଥିବା ନିରୀହ ଛୁଆ ମଧ୍ୟ ତାଙ୍କର ଫେରୁବା ବାଟକୁ ଚାହିଁ ରହିଛନ୍ତି । ହେଲେ ସେ ଆଉ ଫେରିବେନି । ତେବେ ତାଙ୍କର ନିଃସ୍ୱାର୍ଥପର ତ୍ୟାଗ କେବେ ବି ପାଶୋରି ଯିବନି । ସବୁ କିଛି ସେହି ଆଧାର ରେ ଜାରି ରହିବ ବୋଲି କହିଛନ୍ତି ରାଜ୍ୟ ସଭା ସଂସଦ ସୁବାସ ସିଂହ ।

ପ୍ରକାଶ କୁହନ୍ତି ସଂଘର୍ଷ .. ମୋ ସଫଳତାର ଉର୍ଜା । ଆଜି ଯଦିଓ ସେଇ ଉର୍ଜା ରୂପି ସୂର୍ଯ୍ୟ ଅସ୍ତ ହୋଇଯାଇଛି । ହେଲେ ସେ ସବୁରି ମନରେ ଅଭୁଲା, ଅଲିଭା । ତାଙ୍କ ପାଇଁ ଗର୍ବିତ ଓଡିଶା , ପବିତ୍ର କଟକ ମାଟି ।

କଟକରୁ ପ୍ରଭୁ କଲ୍ୟାଣ ପାଳ, ଇଟିଭି ଭାରତ

Last Updated : Jan 15, 2021, 3:59 PM IST

ABOUT THE AUTHOR

...view details