ଓଡିଶା

odisha

ଟୋକନ୍‌ ବ୍ୟବସ୍ଥାକୁ ନେଇ ଶୂନ୍ୟକାଳରେ ଝଡ, ସରକାରଙ୍କୁ ଘେରିଲେ ବିରୋଧୀ

By

Published : Nov 22, 2019, 1:17 PM IST

ବିଧାନସଭାରେ ଉଠିଲା ଟୋକନ୍ ବ୍ୟବସ୍ଥା ପ୍ରସଙ୍ଗ । ସରକାରଙ୍କୁ ଘେରିଲେ ବିରୋଧୀ । ଅଧିକ ପଢନ୍ତୁ...

ଟୋକନ୍‌ ବ୍ୟବସ୍ଥାକୁ ନେଇ ଶୂନ୍ୟକାଳରେ ଝଡ, ସରକାରଙ୍କୁ ଘେରିଲେ ବିରୋଧି

ଭୁବନେଶ୍ବର: ଶୂନ୍ୟକାଳରେ ପୁଣି ଉଠିଲା ଧାନକିଣାରେ ଟୋକନ୍ ପ୍ରସଙ୍ଗ । ବିଧାନସଭା ଚାଲୁଥିବା ବେଳେ ମନ୍ତ୍ରୀ ଟୋକନ ବ୍ୟବସ୍ଥାକୁ ନେଇ ବାହାରେ କିପରି ମନ୍ତବ୍ୟ ଦେଲେ ବୋଲି ସରକାରଙ୍କୁ ଘେରିଛି ବିଜେପି ।

ବିନା ଟୋକନ୍‌ରେ ଚାଷୀ ଧାନ ବିକ୍ରି କରିପାରିବେ ବୋଲି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଓ ସରକାରୀ ଉପମୁଖ୍ୟ ସଚେତକ କିପରି ମନ୍ତବ୍ୟ ଦେଲେ ବୋଲି ବିଜେପି ପ୍ରଶ୍ନ କରିଛି । ଗୃହରେ ଖୋଦ ଯୋଗାଣ ମନ୍ତ୍ରୀ ଉତ୍ତର ଦେଲେ ନାହିଁ ହେଲେ ବାହାରେ ମନ୍ତବ୍ୟ ଦେଲେ କାହିଁକି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଶୂନ୍ୟକାଳରେ ପ୍ରଶ୍ନ କରିଥିଲେ ।


କିଏ ସେମାନଙ୍କୁ ପଠାଇଥିଲେ । ସରକାରଙ୍କ ତରଫରୁ ଯାଇଥିଲେ ନା ବିଜେଡି ତରଫରୁ ଯାଇଥିଲେ ତା ସ୍ପଷ୍ଟ କରାଯାଉ । ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ଏ ପ୍ରସଙ୍ଗ ଉଠାଇ ସରକାରୀ ଦଳ ଓ ସରକାରଙ୍କୁ ଟାର୍ଗେଟ କରିଥିଲେ । ଏନେଇ ମନ୍ତ୍ରୀ ଗୃହକୁ ଅବଗତ କରନ୍ତୁ ବୋଲି ସାଲୁଜା କହିଥିଲେ । ସେହିପରି ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ଏ ପ୍ରସଙ୍ଗ ଉଠାଇବା ଶ୍ରମ ମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details