ଭୁବନେଶ୍ବର: ରାଜ୍ୟରେ ରବି ଧାନ ସଂଗ୍ରହ ନିମନ୍ତେ ଚାଷୀଙ୍କ ନାମ ପଞ୍ଜିକରଣ ସମୟ ବୃଦ୍ଧି କରିଛନ୍ତି ସରକାର । ଏପ୍ରିଲ 7ରୁ ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବୁଧବାର ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରବି ଧାନ ସଂଗ୍ରହ ହେଉଥିବା ୧୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି ।
ସେହିପରି ସୋସାଇଟି ଗୁଡ଼ିକରେ ଫର୍ମ ଡିଜିଟାଇଜେସନ୍ର ସମୟ ସୀମା ଏପ୍ରିଲ ୧୦ରୁ ଏପ୍ରିଲ ୧୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସଂପୃକ୍ତ ପ୍ୟାକ୍ସ, ଲ୍ୟାମ୍ପସ୍, ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଏବଂ ପାଣି ପଞ୍ଚାୟତର କ୍ଷେତ୍ର କର୍ମଚାରୀଙ୍କ ଦ୍ଵାରା ନାମ ପଞ୍ଜୀକରଣ ସମୟ ସୀମା ବୃଦ୍ଧି ସମ୍ପର୍କିତ ସୂଚନା ଚାଷୀଙ୍କୁ ଅବଗତ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେପରି ଅଧିକ ଚାଷୀ ସେମାନଙ୍କ ନାମ ପଞ୍ଜୀକରଣ କରିପାରିବେ ।