ଓଡିଶା

odisha

By

Published : Nov 18, 2019, 1:29 PM IST

ETV Bharat / city

ଧାନ କିଣାକୁ ନେଇ ବିଧାନସଭା ହୁଲୁସ୍ତୁଲ, ତାତିଲେ ବିରୋଧୀ

ତୃତୀୟ ଦିନରେ ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଧାନକିଣା ପ୍ରସଙ୍ଗ ଉଠାଇବା ପରେ ଗୃହରେ ହଟ୍ଟଗୋଳ ହୋଇଥିବାର ଦେଖିବାକୁ ମିଳିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ଧାନ କିଣାକୁ ନେଇ ହୋହଲ୍ଲା ଓ ହଟ୍ଟଗୋଳ ଦେଖାଯାଇଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏ ପ୍ରସଙ୍ଗ ଉଠାଇଲା ପରେ ଦଳୀୟ ବିଧାୟକ ବାଚସ୍ପତିଙ୍କ ପୋଡିୟମ ସମ୍ମୁଖରେ ହୋହଲ୍ଲା କରିଛନ୍ତି। ଏହାକୁ ନେଇ ବାଚସ୍ପତି ଦିନ 3ଟା ଯାଏ ଗୃହକୁ ମୁଲତବୀ ରଖିଛନ୍ତି।

ଅକ୍ଟୋବର ମାସ ଶେଷ ହୋଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା ହେଇ ନଥିବା ନରସିଂହ ମିଶ୍ର କହିଛନ୍ତି । ଜିଲ୍ଲା ସ୍ତରରେ ଟୋକନ ବ୍ୟବସ୍ଥା ବନ୍ଦ କରାଯାଇ ରାଜ୍ୟସ୍ତରରେ କରାଯିବାକୁ ନିଷ୍ପତ୍ତି ହୋଇଛି। ଯାହାଦ୍ବାରା ଚାଷୀ ଅସନ୍ତୋଷ ହେଉଥିବା କଥା ସେ ଉଲ୍ଲେଖ କରିଛନ୍ତି । ଏପରିକି ବଲାଙ୍ଗୀର ଜିଲ୍ଲାରେ କୌଣସି ଚାଷୀ ଟୋକନ ପାଇଁ ନ ଥିବା ସେ ଅଭିଯୋଗ କରିଛନ୍ତି । 15ରୁ ଧାନ କିଣା ପାଇଁ ସମୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଧାନ ରଖିବାକୁ ମଣ୍ଡିରେ ଜାଗା ନାହିଁ। ମଣ୍ଡିରେ ଧାନ ବସ୍ତା ପଡି ରହିଛି। ବାଧ୍ୟ ହୋଇ ଚାଷୀ କମ ଦରରେ ବିକ୍ରି କରୁଥିୂବା ସେ ଉଲ୍ଲେଖ କରିଛନ୍ତି । ଏବେଠୁ ଅଭାବି ବିକ୍ରି ଆରମ୍ଭ ହୋଇଗଲାଣି ହେଲେ ଜିଲ୍ଲା ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି ବୋଲି ସେ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପଞ୍ଜାବକୁ ଅନୁକରଣ କରି ରାଜ୍ୟ ସରକାର ଏହି ବ୍ୟବସ୍ଥା ଲାଗୁ କରିଥିବା ବିଜେପି ନେତା ଜୟ ନାରାୟଣ ମିଶ୍ର କହିଛନ୍ତି । ହେଲେ ପଞ୍ଜାବ ମଣ୍ଡି ବ୍ୟବସ୍ଥା ଓ ଆମ ବ୍ୟବସ୍ଥା ଭିତରେ ଅନେକ ପାର୍ଥକ୍ୟ ରହିଛି। ତେଣୁ ଏହାକୁ ପ୍ରତ୍ୟାହାର କରାଯାଉ ବୋଲି ଜୟ ନାରାୟଣ ମିଶ୍ର କହିଛନ୍ତି।

ଧାନ କିଣାରେ ଟୋକେନ ବ୍ୟବସ୍ଥା ଏକ ସ୍ବଚ୍ଛ ଓ ନିର୍ମଳ ବ୍ୟବସ୍ଥା ବୋଲି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ଏହି ବ୍ୟବସ୍ଥାରେ ଆଧାର ଲିଙ୍କ ହୋଇଛି। ତେଣୁ ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଏହି ଯୋଜନାରେ 12ଲକ୍ଷ ଚାଷୀଙ୍କ ପଞ୍ଜିକରଣ ହୋଇଛି। କାହାକୁ ବାଛବିଚାର ହେବନି। ଏହା ଦ୍ବାରା ପ୍ରକୃତ ଚାଷୀ ସୁବିଧା ପାଇପାରିବେ । ଏହି ବ୍ୟବସ୍ଥା ବୈଜ୍ଞାନିକ ଉପାୟରେ କରାଯାଇଥିବା କଥା ସେ ଉଲ୍ଲେଖ କରିଛନ୍ତି । ବାକି ଅନ୍ୟ କଥା ପାଇଁ ବିଚାର କରାଯାଉଥିବା କଥା ସେ କହିଛନ୍ତି । ଚାଷୀଙ୍କ ସ୍ବାର୍ଥ ପାଇଁ ରାଜ୍ୟ ସରକାର ସଜାଗ ଓ ଯତ୍ନବାନ ରହିଥିବା ସେ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details