ଓଡିଶା

odisha

ETV Bharat / city

ଆଜି ସୁଦ୍ଧା ୨୩୮୪୫୨ ମେଟ୍ରିକ ଟନ୍ ଧାନ ସଂଗ୍ରହ, ଗତବର୍ଷଠୁ ୮୫ % ଅଧିକ

ସୋମବାର ସୁଦ୍ଧା ରାଜ୍ୟର ୧୧ଟି ଜିଲ୍ଳାରେ ମୋଟ ୨,୩୮,୪୫୨ ମେଟ୍ରିକ୍‌ ଟନ ଧାନ ସଂଗ୍ରହ କରାଯାଇଛି । ଯାହାକି ଗତ ବର୍ଷ ଆଜି ଦିନ ସୁଦ୍ଧା ଖରିଫ ଧାନ ସଂଗ୍ରହ ଠାରୁ ୮୫ ପ୍ରତିଶତ ଅଧିକ । ଅଧିକ ପଢନ୍ତୁ...

By

Published : Nov 30, 2020, 9:07 PM IST

paddy-procurement-on-today
ଆଜି ସୁଦ୍ଧା ୨,୩୮,୪୫୨ ମେଟ୍ରିକ ଟନ ଧାନ ସଂଗ୍ରହ, ଗତବର୍ଷ ଠାରୁ ୮୫ ପ୍ରତିଶତ ଅଧିକ

ଭୁବନେଶ୍ବର: ନଭେମ୍ବର ପ୍ରଥମ ସପ୍ତାହରୁ ରାଜ୍ୟରେ ଖରିଫ ଧାନସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି । ସୋମବାର ସୁଦ୍ଧା ରାଜ୍ୟର ୧୧ଟି ଜିଲ୍ଳାରେ ମୋଟ ୨,୩୮,୪୫୨ ମେଟ୍ରିକ୍‌ ଟନ ଧାନ ସଂଗ୍ରହ କରାଯାଇଛି । ଯାହାକି ଗତ ବର୍ଷ ଆଜି ଦିନ ସୁଦ୍ଧା ଖରିଫ ଧାନ ସଂଗ୍ରହ ଠାରୁ ୮୫ ପ୍ରତିଶତ ଅଧିକ ବୋଲି ଜଣାପଡ଼ିଛି । ଗତବର୍ଷ ଆଜିର ତାରିଖ ସୁଦ୍ଧା ୧ ଲକ୍ଷ ୨୯ ହଜାର ୫୨ ମେଟ୍ରିକ୍‌ ଟନ ଧାନ ସଂଗ୍ରହ ହୋଇଥିଲା ।

ରାଜ୍ୟରେ ଧାନ ସଂଗ୍ରହ ହୋଇଥିବା ଜିଲ୍ଲା ମଧ୍ୟରୁ ବରଗଡ଼ ଜିଲ୍ଲାରେ ସର୍ବାଧିକ ୧,୪୨,୧୨୨ ମେଟ୍ରିକ୍‌ ଟନ ଧାନ ସଂଗ୍ରହ ହୋଇଛି । ବରଗଡ଼ରେ ଗତବର୍ଷ ଆଜି ତାରିଖରେ ୬୯,୩୮୦ ମେଟ୍ରିକ୍‌ ଟନ ଧାନ ସଂଗ୍ରହ ହୋଇଥିବାବେଳେ ଚଳିତ ବର୍ଷ ଆଜି ସୁଦ୍ଧା ୧୦୫ ପ୍ରତିଶତ ଅଧିକ ଧାନସଂଗ୍ରହ ହୋଇଛି । ସେହପରି କଳାହାଣ୍ଡିରେ ଗତବର୍ଷ ୧୩,୧୨୭ ଟନ ଧାନ ସଂଗ୍ରହ ହୋଇଥିଲାବେଳେ ଚଳିତ ବର୍ଷ ଆଜି ସୁଦ୍ଧା ୨୮,୮୧୩ ଟନ ଧାନ ସଂଗ୍ରହ ହୋଇଛି ଯାହାକି ଗତବର୍ଷ ତୁଳନାରେ ୧୧୯ ପ୍ରତିଶତ ଅଧିକ । ସେହିପରି ନୂଆପଡ଼ା ଜିଲ୍ଲାରେ ଗତବର୍ଷ ତୁଳନାରେ ୧୫୪ ପ୍ରତିଶତ ଅଧିକ ଧାନସଂଗ୍ରହ ହୋଇଛି । ଗତବର୍ଷ ଆଜି ତାରିଖରେ ୩୭୩୯ ଟନ ଧାନ ସଂଗ୍ରହ ହୋଇଥିବାବେଳେ ଚଳିତ ବର୍ଷ ୯୫୦୫ ମେଟ୍ରିକ୍‌ ଟନ ଧାନ ସଂଗ୍ରହ ହୋଇଛି । ସମ୍ବଲପୁରରେ ଗତବର୍ଷ ଆଜି ସୁଦ୍ଧା ୧୭,୫୦୧ ଟନ ଧାନ ସଂଗ୍ରହ ହୋଇଥିବାବେଳେ ଚଳିତ ବର୍ଷ ଆଜି ସୁଦ୍ଧା ଧାନ ସଂଗ୍ରହରେ ୧୦୧ ପ୍ରତିଶତ ବୃଦ୍ଧି ପାଇ ୩୫,୧୦୩ ଟନରେ ପହଞ୍ଚିଛି । ଏଥି ସହିତ ସୁବର୍ଣ୍ଣପୁରରେ ୯୬୨୮ ମେଟ୍ରିକ୍ ଟନ୍‌, ବଲାଙ୍ଗୀରରେ ୭୭୧୯ ମେଟ୍ରିକ୍ ଟନ୍‌, କୋରାପୁଟରେ ୩୭୩୦ ମେଟ୍ରିକ୍‌ ଟନ୍‌ ଏବଂ ସୁନ୍ଦରଗଡ଼ରେ ୧୧୬୫ ମେଟ୍ରିକ୍ ଟନ ଧାନସଂଗ୍ରହ କରାଯାଇଛି ।

ଆଜି ସୁଦ୍ଧା ରାଜ୍ୟର ୧୧ଟି ଜିଲ୍ଲାର ୩୫,୭୮୯ ଜଣ ଚାଷୀ ସେମାନଙ୍କ ଧାନ ବିକ୍ରି କରିଛନ୍ତି । ନାମ ପଂଜୀକୃତ ହୋଇଥିବା ଚାଷୀଙ୍କଠାରୁ ପିପାସ ଓ ଆଗୁଆ ଟୋକନ ପ୍ରଦାନ ମାଧ୍ୟମରେ ଏହି ଖରିଫ ଧାନ ସଂଗ୍ରହ କରାଯାଉଛି । ଧାନସଂଗ୍ରହ କାର୍ଯ୍ୟରେ ସଂପୂର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ ଓ ବ୍ୟବସ୍ଥିତ ଭାବରେ ତ୍ବରାନ୍ବିତ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ମଣ୍ଡିରେ ସାମାଜିକ ଦୂରତ୍ବ ଓ ସମସ୍ତ କୋଭିଡ୍‌-୧୯ ମାର୍ଗଦର୍ଶିକା ଅନୁପାଳନ କରି ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରିବା ପାଇଁ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details