ଓଡିଶା

odisha

ETV Bharat / city

ଧାନ ସଂଗ୍ରହ ପ୍ରସଙ୍ଗ: ସୋସିଆଲ ମିଡିଆରେ ଚାଷୀଙ୍କ ପ୍ରଶ୍ନର ଉତ୍ତର ଦେବେ ମନ୍ତ୍ରୀ

ଖରିଫ ଋତୁରେ ଧାନ ସଂଗ୍ରହ ସମ୍ବନ୍ଧିତ ବିଭିନ୍ନ ପ୍ରଶ୍ନର ସୋସିଆଲ ମିଡିଆରେ ଉତ୍ତର ଦେବେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଅଧିକ ପଢନ୍ତୁ...

ଧାନ ସଂଗ୍ରହ ପ୍ରସଙ୍ଗ
ଧାନ ସଂଗ୍ରହ ପ୍ରସଙ୍ଗ

By

Published : Dec 12, 2020, 9:58 AM IST

ଭୁବନେଶ୍ବର: ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ଚାଲୁଥିବାବେଳେ ମଣ୍ଡି ଓ ଧାନ ସଂଗ୍ରହ ସମ୍ବନ୍ଧିତ କିଛି ବି ଅଭିଯୋଗ ଥିଲେ ଆପଣ ସିଧାସଳଖ ମନ୍ତ୍ରୀଙ୍କୁ ଜଣାଇପାରିବେ । ଏହାର ଉତ୍ତର ମଧ୍ୟ ପାଇପାରିବେ । ଏନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ସୋସିଆଲ ମିଡିଆରେ ଚାଷୀମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି । ଡିସେମ୍ବର 19 ତାରିଖ ସୁଦ୍ଧା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଫେସବୁକ୍‌ କିମ୍ବା ଟ୍ବିଟରରେ #AskOdishaFoodMinister ବ୍ୟବହାର କରି ପ୍ରଶ୍ନ ପଚାରିବାକୁ ମନ୍ତ୍ରୀ ଜଣାଇଛନ୍ତି ।

ଏହାର ଉତ୍ତର ଡିସେମ୍ବର 22 ତାରିଖ ଅପରାହ୍ନ 3ଟାରେ ଫେସବୁକ ଲାଇଭରେ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଚାଷ ଓ ଏ ସମ୍ପର୍କିତ ସମସ୍ତ ପ୍ରଶ୍ନର ଉତ୍ତର ମନ୍ତ୍ରୀ ଲାଇଭ ମାଧ୍ୟମରେ ଦେବେ ବୋଲି ଜଣାଇଛନ୍ତି ।

ତେବେ ଏନେଇ ଆପଣଙ୍କୁ ଡିସେମ୍ବର ୧୯ ତାରିଖ ସୁଦ୍ଧା ପ୍ରଶ୍ନ ପଚାରିବାକୁ ପଡିବ ବୋଲି କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details