ଭୁବନେଶ୍ବର: ଉଦଘାଟିତ ହୋଇଯାଇଛି ଆଦିବାସୀ ମେଳା-2020। ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏହି ମେଳାରେ ଦେଖିବାକୁ ମିଳୁଛି ଆଦିବାସୀ ସମ୍ପ୍ରଦାୟଙ୍କ ଚାଲି ଚଳଣି ଓ ପରମ୍ପରା । ଫଳରେ ପ୍ରତିଦିନ ସନ୍ଧ୍ୟାରେ ଜମୁଛି ଲୋକଙ୍କ ଭିଡ । ଏସବୁ ଭିତରେ ଆଦିବାସୀ ମେଳାରେ ମନ କିଣିଲା ଇକୋଫ୍ରେଣ୍ଡଲି ଇୟର ରିଙ୍ଗ। ବଜାରରେ ପ୍ଲାଷ୍ଟିକ ଓ ଇମିଟେସନ ତ ମିଳୁଥିବାବେଳେ ଏଠି ଧାନ ତିଆରି କାନ ଫୁଲ ବିକ୍ରି ହେଉଛି । ଯାହା ଲୋକଙ୍କ ମଧ୍ୟରେ ବେଶ ଆଗ୍ରହ ପ୍ରକାଶ ପାଇଛି ।
ଆଦିବାସୀ ମେଳାରେ ମନ ମୋହୁଛି ଧାନ ତିଆରି କାନଫୁଲ - ଆଦିବାସୀ ମେଳାରେ ଧାନ ତିଆରି କାନଫୁଲ
ଆଦିବାସୀ ମେଳାରେ ମନ କିଣିଲା ଇକେଫ୍ରେଣ୍ଡଲି ଇୟର ରିଙ୍ଗ। ଆଦିବାସୀ ସମ୍ପ୍ରଦାୟଙ୍କ ଚାଲି ଚଳଣି ଓ ପରମ୍ପରା ଦେଖିବାକୁ ଲୋକଙ୍କ ଭିଡ ଜମୁଥିବାବେଳେ,ମେଳାର ବେଶ ଆକର୍ଷଣ ପାଲଟିଛି ଧାନ ତିଆରି କାନ ଫୁଲ ।
ଆଦିବାସୀ ମେଳାରେ ଧାନ ତିଆରି କାନଫୁଲ
ଆଦିବାସୀ ମେଳାରେ ଧାନ ତିଆରି କାନଫୁଲ
ବର୍ତ୍ତମାନ ବଦଳିଛି ଯୁଗ, ବଦଳିଛି ଲୋକଙ୍କ ପସନ୍ଦ। ଦେଶରେ ସ୍ବଚ୍ଛ ଭାରତ ସହିତ ଆରମ୍ଭ ହୋଇଯାଇଛି ପ୍ଲାଷ୍ଟିକ ମୁକ୍ତ ଅଭିଯାନ। ତେଣୁ ଧୀରେ ଧୀରେ ପ୍ଲାଷ୍ଟିକ ବନ୍ଦ ହେବା ସହ ଇମିଟେସନ ଅଳଙ୍କାର ଯୋଗୁଁ ଚର୍ମ ରୋଗ ହୋଇଥାଏ । ଆଉ ଏସବୁକୁ ଦେଖି ଆଦିବାସୀ ମେଳାରେ ଇକେଫ୍ରେଣ୍ଡଲି ଇୟର ରିଙ୍ଗ ବିକ୍ରି କରୁଛନ୍ତି ବେପାରୀ। ଅନ୍ୟପଟେ ଧାନରେ ତିଆରି ହେଉଥିବା ଇୟର ରିଙ୍ଗ ମହିଳାଙ୍କ ବି ପ୍ରଥମ ପସନ୍ଦ ପାଲଟିଛି। ସେପଟେ, ଅଳଙ୍କାର ଅପେକ୍ଷା ଏହି କାନଫୁଲ ହାଲୁକା ମଧ୍ୟ ରହିଥିବା କହିଛନ୍ତି ଦେଖଣାହାରୀ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ