ଓଡିଶା

odisha

ETV Bharat / city

ଝଲସିବ ଏକାମ୍ର କ୍ଷେତ୍ର, ପାରିପାର୍ଶ୍ବିକ ବିକାଶ ପାଇଁ ପ୍ୟାକେଜ ଘୋଷଣା - ekamra khetra

ରାଜ୍ୟ ସରକାର ଘୋଷଣା କଲେ ପ୍ୟାକେଜ । ଏକାମ୍ର କ୍ଷେତ୍ରର ଐତିହ୍ୟକୁ ଉଜ୍ଜିବୀତ କରିବା ପାଇଁ ସରକାରଙ୍କ ବଡ଼ ନିଷ୍ପତି । ଅଧିକ ପଢନ୍ତୁ...

package-announced-for-ekamra-khetra
package-announced-for-ekamra-khetra

By

Published : Jan 27, 2020, 9:42 PM IST

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳର ବିକାଶ ପାଇଁ ଘୋଷଣା ହୋଇଛି ପ୍ୟାକେଜ। ୬୬ ଏକର ପରିବ୍ୟାପ୍ତ ଅଞ୍ଚଳରେ ଏକାମ୍ରକ୍ଷେତ୍ର ଯୋଜନା ଆରମ୍ଭ ହେବ । ଯାହା ଅଧୀନରେ ସୁନ୍ଦର ପ୍ରଦେଶ ପଥ, ବିନ୍ଦୁସାଗର ପୁନରୁଦ୍ଧାର ଯୋଜନାରେ ବିଭିନ୍ନ ଐତିହ୍ୟ ପୁଷ୍କରିଣୀର ପୁନଃରୁଦ୍ଧାର, ଅତ୍ୟାଧୁନିକ ପାର୍କିଂ, ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ, କେଦାରଗୌରୀ ଓ ମୁକ୍ତେଶ୍ବର ପରିସରର ରହିଛି ।

ପାରିପାର୍ଶ୍ବିକ ବିକାଶ ପାଇଁ ପ୍ୟାକେଜ ଘୋଷଣା

ଏହି ଯୋଜନା ଦ୍ବାରା ଜୀବିକା ହରାଉଥିବା ଉଠା ଦୋକାନୀମାନଙ୍କୁ ୨ଟି କିସ୍ତିରେ ୩୦ ହଜାର ଟଙ୍କା ଏକକାଳୀନ ସହାୟତା ଦିଆଯିବ । ଭେଣ୍ଡିଂ ଜୋନ୍ କରାଯାଇ ସେମାନଙ୍କୁ ଥଇଥାନ କରାଯିବ । ପକ୍କାଘରେ ଥିବା ଦୋକାନ ଘର ଉଚ୍ଛେଦ ନିମନ୍ତେ ବ୍ୟବସାୟୀଙ୍କୁ ୧୨ ମାସ ନିମନ୍ତେ ମାସିକ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ଏବଂ ପରବର୍ତ୍ତୀ ସମୟରେ ବିଏମସି ପର୍ଯ୍ୟଟନ ବିଭାଗ ଦ୍ବାରା ନିର୍ମିତ ମାର୍କେଟରେ ଅଥବା ନୂତନ ମାର୍କେଟ କଂପ୍ଲେକ୍ସ ନିର୍ମାଣ କରାଯାଇ ସେମାନଙ୍କୁ ଥଇଥାନ କରାଯିବ।

ଇ-ଅଟୋ ପ୍ରୋଗ୍ରାମ, ଐତିହ୍ୟ ବାଖ୍ୟାନ କେନ୍ଦ୍ର ଏବଂ ଥଇଥାନ ଆଦି ୯ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏହି ଯୋଜନାରେ ଲିଙ୍ଗରାଜ ଥାନା ଓ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଫିସ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ଟ୍ରାଫିକ ହ୍ରାସ ଓ ଯାତାୟତ ସୁବିଧା ପାଇଁ ତାଳେଶ୍ବର ଛକଠାରୁ ବଢ଼େଇ ବାଙ୍କ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯିବ । ୪ଟି ସ୍ଥାନରେ ପାର୍କିଂ ପାଇଁ ବ୍ୟବସ୍ଥା ହେବ ।

ଶ୍ରୀ ଲିଙ୍ଗରାଜ ମନ୍ଦିର ସମ୍ମୁଖ ଭାଗରେ ଉଦ୍ୟାନ ନିର୍ମାଣ ସହିତ ଏହାର ସୌନ୍ଦର୍ଯ୍ୟ କରଣ କରାଯିବ । ମନ୍ଦିର ଚାରିପାଖରେ ପରିକ୍ରମା ପଥ ନିର୍ମାଣ କରାଯିବ । ମନ୍ଦିର ସମ୍ମୁଖ ରାସ୍ତାରେ ଯାନବାହନ ଚଳାଚଳ ସଂପୂର୍ଣ୍ଣ ନିଷିଦ୍ଧ କରାଯିବ । ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ ଅଧୀନରେ ଭକ୍ତମାନେ ଯେଭଳି ସୁବିଧାରେ ଦର୍ଶନ କରିବେ ସେଥିପାଇଁ ହେବ ବ୍ୟବସ୍ଥା । ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ କରାଯିବ । ବିନ୍ଦୁ ସାଗର ଜଳକୁ ପରିସ୍କାର କରିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରାଯିବ । ତା ସହିତ କେଦାରଗୌରୀ, ପାପ ନାଶିନୀ, ଗୋଦାବରୀ, କୋଟି ତୀର୍ଥ, ଗଙ୍ଗା ଯମୁନା ଏବଂ ଦେବୀ ପାଦହରା ଐତିହ୍ୟ ପୁଷ୍କରିଣୀର ପୁନଃରୁଦ୍ଧାର ଓ ସଂରକ୍ଷଣ କରାଯିବ । ସେହିପରି ଲିଙ୍ଗରାଜ ମନ୍ଦିରର ନିରାପତ୍ତାକୁ ଆହୁରି ସୁଦୃଢ଼ କରାଯିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details