ଓଡିଶା

odisha

ETV Bharat / city

ଅସମୟର ସାଥୀ ଓଡିଶା ସରକାର, ଅମ୍ଳଜାନ ପହଞ୍ଚାଇବାକୁ ପୋଲିସର ପ୍ରୟାସ - Oxigen

ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ସ୍ବତନ୍ତ୍ର ପୋଲିସ ଏସକର୍ଟ ବା କନଭୟ ଜରିଆରେ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଟ୍ୟାଙ୍କର ପହଞ୍ଚାଇବାକୁ ହେଉଛି ଉଦ୍ୟମ। ଯାହାର କଣ୍ଟ୍ରୋଲ ରୁମ ପୋଲିସ ହେଡକ୍ବାଟରରୁ ପରିଚାଳନା କରୁଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଜଶୱନ୍ତ ଜେଠୱା। ଅଧିକ ପଢନ୍ତୁ...

Oxigen tankar provide odisha to other state on crisse setuation
ଅସମୟର ସାଥୀ ଓଡିଶା ସରକାର,ଅମ୍ଳଜାନ ପହଞ୍ଚାଇବାକୁ ପୋଲିସର ପ୍ରୟାସ

By

Published : Apr 25, 2021, 12:22 PM IST

ଭୁବନେଶ୍ବର:ଅମ୍ଳଜାନ ଅଭାବରୁ ଛଟପଟ ହେଉଥିବା ରୋଗୀଙ୍କ ପାଇଁ ସାଜିଲେ ଅସମୟର ଭଗବାନ। ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ସ୍ବତନ୍ତ୍ର ପୋଲିସ ଏସକର୍ଟ ବା କନଭୟ ଜରିଆରେ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଟ୍ୟାଙ୍କର ପହଞ୍ଚାଇବାକୁ ହେଉଛି ଉଦ୍ୟମ। ଯାହାର କଣ୍ଟ୍ରୋଲ ରୁମ ପୋଲିସ ହେଡକ୍ବାଟରରୁ ପରିଚାଳନା କରୁଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଜଶୱନ୍ତ ଜେଠୱା।

ଅସମୟର ସାଥୀ ଓଡିଶା ସରକାର,ଅମ୍ଳଜାନ ପହଞ୍ଚାଇବାକୁ ପୋଲିସର ପ୍ରୟାସ

ଅକ୍ସିଜେନ ସଂକଟ ନେଇ ବଢୁଛି ସମସ୍ୟା । ୨୪ ତାରିଖ ସୁଦ୍ଧା ଓଡିଶାରୁ ବାହାର ରାଜ୍ୟକୁ ପଠାଯାଇଛି ୪୯ ଟି ଟ୍ୟାଙ୍କ। ସ୍ବତନ୍ତ୍ର ପୋଲିସ କାରକେଡରେ ବିଭିନ୍ନ ରାଜ୍ୟକୁ ପଠାଯାଇଛି ଅକ୍ସିଜେନ ଟ୍ୟାଙ୍କର । ଆବଶ୍ୟକ କରୁଥିବା ରାଜ୍ୟକୁ ପାଖାପାଖି ୮୬୯ ମେଟ୍ରିକ ଟନ ଅକ୍ସିଜେନ ପଠାଯାଇଛି । ଯାହାର ମନିଟର କରୁଛନ୍ତି ରାଜ୍ୟ କ୍ରାଇମବ୍ରାଞ୍ଚ ଏଡିଜି । ରାଉଲକେଲା,ଯାଜପୁର,ଅନୁଗୁଳ ଆଦି ବିଭିନ୍ନ ପ୍ଲାଣ୍ଟରୁ ଏହି ଟ୍ୟାଙ୍କର ସପ୍ଲାୟ କରାଯାଉଛି। ଆନ୍ଧ୍ରପ୍ରଦେଶ,ତେଲୋଙ୍ଗାନା,ଦିଲ୍ଲୀ,ହରିଆଣା,ମଧ୍ୟ ପ୍ରଦେଶ ଉତ୍ତରପ୍ରଦେଶ ଭଳି ମହାରାଷ୍ଟ୍ର ଆଦି ରାଜ୍ୟକୁ ଯେପରି ରାସ୍ତାରେ ବିନା ବାଧାରେ ଟ୍ୟାଙ୍କର ପହଞ୍ଚାଯାଇପାରିବ । ସେନେଇ ଅହରହ ଅକ୍ଳାନ୍ତ ପରିଶ୍ରମରେ ପୋଲିସ ଏସକର୍ଟରେ ଟ୍ୟାଙ୍କର ପହଞ୍ଚାଇବାକୁ ଉଦ୍ୟମ କରାଯାଉଛି ।

ସୂଚନାଥାଉକି ମହାମାରୀ କୋରୋନା ମୁକାବିଲାରେ ଅମ୍ଲଜାନର ଆବଶ୍ୟକତା ବଢିବାରେ ଲାଗିଛି । ଦିଲ୍ଲୀ ମହାରାଷ୍ଟ୍ର ଭଳି ରାଜ୍ୟରେ ଅମ୍ଲଜାନର ସଂକଟ ଯୋଗୁଁ ବହୁ ସଂଖ୍ୟାରେ ଲୋକେ ପ୍ରାଣ ହରାଇଛନ୍ତି । ଏହା ପରେ ସାରା ଦେଶରେ ଯୁଦ୍ଧକାଳୀନ ଭିତ୍ତିରେ ଅକ୍ସିଜେନର ଆବଶ୍ୟକତାକୁ ଉପଲବ୍ଧ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏ ଭଳି କ୍ଷେତ୍ରରେ ଓଡିଶାର ବିଭିନ୍ନ ଶିଳ୍ପସଂସ୍ଥାରେ ଗଚ୍ଛିତ ରହିଥିବା ଅମ୍ଲଜାନକୁ ଅନ୍ୟ ରାଜ୍ୟକୁ ସହାୟତା କରିଛନ୍ତି । ଏ ଭଳି ଅସମୟରେ ସହାୟତା କରି ବିପଦ ବନ୍ଧୁ ପାଲଟିଛି ଓଡିଶା ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ABOUT THE AUTHOR

...view details