ଓଡିଶା

odisha

ETV Bharat / city

କଠୋର ହେଲେ ମହିଳା କମିଶନ; ଜୁନାଗଡ ପୀଡିତାଙ୍କୁ ନ୍ୟାୟ ଦେବାପାଇଁ ପଦକ୍ଷେପ - ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା

ନବ ନିଯୁକ୍ତ ମହିଳା କମିଶନଙ୍କ ତତ୍ପରତା । ଦୁଷ୍କର୍ମ ପୀଡିତା ଯୁବତୀଙ୍କୁ ନ୍ୟାୟ ଦେବାକୁ ପଦକ୍ଷେପ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 23, 2019, 7:22 PM IST

ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ ଗଣଦୁଷ୍କର୍ମ ବଢିଚାଲିଛି । ଏହାସହ ଯୁବତୀଙ୍କ ଅଶ୍ଲୀଳ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଏହାକୁ ବନ୍ଦ କରିବାକୁ ଅଣ୍ଟା ଭିଡିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କଳାହାଣ୍ଡି ଜୁନାଗଡର ଜାରିଙ୍ଗ ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ପୀଡିତା ଜୁନାଗଡ ଥାନାରେ ଏତଲା ଦେଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ । ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ନବ ନିଯୁକ୍ତି ରାଜ୍ୟ ମହିଳା କମିଶନ ମିନତୀ ବେହେରା । ଘଟଣାର ତଦନ୍ତ ପାଇଁ ମହିଳା କମିଶନ ଜୁନାଗଡ ଗସ୍ତ କରିବେ ।

ଅନ୍ୟପଟେ ଘଟଣାକୁ ନେଇ କ୍ରାଇମବ୍ରାଞ୍ଚର ସାଇବର ସେଲ ସହ ଆଲୋଚନା କରିଛନ୍ତି । ଯେମିତି ଏହି ଅମାନୁଷିକ ଘଟଣାର ଭିଡିଓ ଭାଇରାଲ ବନ୍ଦ ହେବ ସେଥିପାଇଁ ଧ୍ୟାନ ଦେବାକୁ ସାଇବର ସେଲକୁ ଅନୁରୋଧ କରିଛନ୍ତି ମହିଳା କମିଶନ । ଅଭିଯୁକ୍ତ ଯେମିତି ଦଣ୍ଡ ପାଇବ ସେଥିପାଇଁ ସବୁ ପଦକ୍ଷେପ ନେବେ ବୋଲି କହିଛନ୍ତି କମିଶନ ।


ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details