ଓଡିଶା

odisha

ETV Bharat / city

AIPH ବିଶ୍ୱବିଦ୍ୟାଳୟ ହାତେଇଲା ଆଉଟ୍‌ଷ୍ଟାଣ୍ଡିଂ ୟୁନିଭର୍ସିଟି ପୁରସ୍କାର - ଏଆଇପିଏଚ୍ ବିଶ୍ୱବିଦ୍ୟାଳୟକୁ ପୁରସ୍କାର

ଜନସ୍ୱାସ୍ଥ୍ୟ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଓଡ଼ିଶାର ପ୍ରଥମ ଉଚ୍ଚ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟକୁ ‘ଆଉଟ୍‌ଷ୍ଟାଣ୍ଡିଂ ୟୁନିଭର୍ସିଟି’ ପୁରସ୍କାର ମିଳିଛି । ଶିକ୍ଷା କ୍ଷେତ୍ରରେ ସାମଗ୍ରିକ ଭାବେ ଉତ୍କର୍ଷ ପାଇଁ ‘ୱାର୍ଲ୍ଡ ଏଜୁକେସନ କଂଗ୍ରେସ’ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ

ଏଆଇପିଏଚ୍ ବିଶ୍ୱବିଦ୍ୟାଳୟକୁ ‘ଆଉଟ୍‌ଷ୍ଟାଣ୍ଡିଂ ୟୁନିଭର୍ସିଟି’ ପୁରସ୍କାର
ଏଆଇପିଏଚ୍ ବିଶ୍ୱବିଦ୍ୟାଳୟକୁ ‘ଆଉଟ୍‌ଷ୍ଟାଣ୍ଡିଂ ୟୁନିଭର୍ସିଟି’ ପୁରସ୍କାର

By

Published : Apr 28, 2022, 2:01 PM IST

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତ ଏକ ହୋଟେଲରେ ୱାର୍ଲ୍ଡ ଏଜୁକେସନ କଂଗ୍ରେସ ପକ୍ଷରୁ ‘ଓଡ଼ିଶା ଲିଡରସିପ୍ ଆୱାର୍ଡ ୨୦୨୨’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶାରେ ପ୍ରତିଷ୍ଠିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟକୁ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ, ନିଯୁକ୍ତି, ନେତୃତ୍ୱ, ଶିକ୍ଷା ଭିତ୍ତିଭୂମି, ଛାତ୍ରଛାତ୍ରୀଙ୍କ କ୍ୟାରିୟର ଗଠନରେ ଏହାର ଭୂମିକା ଏବଂ ଭବିଷ୍ୟତ ପାଇଁ ମାର୍ଗଦର୍ଶନ ଆଦି କ୍ଷେତ୍ରରେ ବିଶେଷ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

କୁଳପତି ପଦ୍ମଶ୍ରୀ ପ୍ରଫେସର ଆଦିତ୍ୟ ପ୍ରସାଦ ଦାଶଙ୍କ ତରଫରୁ ଏଆଇପିଏଚ୍ ସ୍କୁଲ୍ ଅଫ୍ ପବ୍ଲିକ ହେଲ୍‌ଥ ବିଭାଗର ଡିନ୍ ପ୍ରଫେସର ପ୍ରଦୀପ କୁମାର ପଣ୍ଡା ଏହି ପୁରସ୍କାର ଗ୍ରହଣ କରିଥିଲେ। “ୱାର୍ଲ୍ଡ ଏଜୁକେସନ କଂଗ୍ରେସ ପ୍ରଦାନ କରୁଥିବା ଏଭଳି ସମ୍ମାନଜନକ ପୁରସ୍କାର ପାଇଁ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆମେ କୃତଜ୍ଞତା ଜଣାଉଛୁ।

କାର୍ଯ୍ୟକ୍ରମରେ ଅତିଥି ଭାବେ ‘ୱାର୍ଲ୍ଡ ସିଏସ୍‌ଆର୍ ଡେ ଆଣ୍ଡ ୱାର୍ଲ୍ଡ ସଷ୍ଟେନବିଲିଟି’ର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ଡକ୍ଟର ଆର୍‌.ଏଲ୍‌. ଭାଟିଆ ଏବଂ ସ୍ୟାଣ୍ଡିଜ୍ ଟାୱାରର ନିର୍ଦ୍ଦେଶିକା ଅର୍ଚ୍ଚନା ପାତ୍ର ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଶିକ୍ଷାବିତ୍‌, ଗଣମାଧ୍ୟମ ପ୍ରତିନିଧି ତଥା ସରକାରୀ ଓ ଘରୋଇ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ।

ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ ଗବେଷଣା ପାଇଁ ଏଆଇପିଏଚ୍ ଅନୁଷ୍ଠାନ ଦୀର୍ଘ ଦୁଇ ଦଶନ୍ଧି ଧରି ଦେଶ ବିଦେଶରେ କାମ କରିଆସୁଛି। ଓଡ଼ିଶା ବିଧାନସଭାରେ ପାରିତ ଆଇନ ବଳରେ ୨୦୧୮ ମସିହାରେ ଏହା ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟର ରୂପ ନେବା ସହ ଅନୁଷ୍ଠାନ ନିଜର କାର୍ଯ୍ୟ ପରିସରକୁ ଅଧିକ ବ୍ୟାପକ କରିପାରିଛି ।

ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details