ଭୁବନେଶ୍ବର: ଆଉ ଦିନ କେଇଟା ପରେ ରାଜ୍ୟରେ ହେବ ଅନ୍ତିମ ପର୍ଯ୍ୟାୟରେ ମତଦାନ। ସରଛି ତିନୋଟି ପର୍ଯ୍ୟାୟ ମତଦାନ ।ଆଶା ଆଙ୍କାକ୍ଷା ବାନ୍ଧିଛନ୍ତି ସମସ୍ତ ପ୍ରାର୍ଥୀ । କାହାକୁ ଜନତା କରିଛନ୍ତି ନିଜ ପ୍ରିୟ ନେତା । ଏବେ ଅପେକ୍ଷା ରହିଛି କେବଳ ନିର୍ବାଚନୀ ଫଳାଫଳକୁ । ତେବେ କଟକ ନିର୍ବାଚନ ମଣ୍ଡଳୀରେ ସରିଛି ମତଦାନ । ମତଦାନ ପରେ ବିଜେପି ସାଂସଦ ପ୍ରାର୍ଥୀ ତଥା ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ତାଙ୍କ ବିଜୟକୁ ନେଇ କେତେ ଆଶାବାଦୀ ସେନେଇ ତାଙ୍କ ସହ ଆଲୋଚନା କରିଥିଲେ ‘ଇଟିଭି ଭାରତ’ ସମ୍ବାଦଦାତା ସଞ୍ଜୀବ ରାୟ।
କଟକର ଗରିମା ଫେରାଇ ଆଣିବା ଏକ ମାତ୍ର ଲକ୍ଷ୍ୟ: ପ୍ରକାଶ ମିଶ୍ର - mishra
ଓଡିଶାରେ ମଧ୍ୟ ଏଥର ମୋଦିଙ୍କ ପାଇଁ ଲୋକେ ମତଦାନ କରିଛନ୍ତି । ବିଜେପି ନିଶ୍ଚିତ ଭଲ ପ୍ରଦର୍ଶନ କରିବ । ଏହା ଆଶା ପୋଷଣ କରିଛନ୍ତି ବିଜେପିର କଟକ ଲୋକସଭା ସାଂସଦ ପ୍ରାର୍ଥୀ ପ୍ରକାଶ ମିଶ୍ର ।
ଚଳିତ ନିର୍ବାଚନରେ ବିଜେପିର ବିଜୟ ନେଇ ପ୍ରକାଶ ମିଶ୍ର କହିଛନ୍ତି ଯେ, ସାରା ଦେଶରେ ଓ ରାଜ୍ୟରେ ମୋଦି ହାୱା ବହୁଛି । ଲୋକେ ଏକ ସୁଦୃଢ଼, ସମୃଦ୍ଧ ଓ ସୁରକ୍ଷିତ ଭାରତବର୍ଷ ଚହାଁନ୍ତି ଆଉ ମୋଦିଙ୍କର ଗୋଟିଏ ମାତ୍ର ଲକ୍ଷ୍ୟ ଭାରତ ବର୍ଷକୁ ବିଶ୍ବ ଦରବାରରେ ସ୍ବତନ୍ତ୍ର ପରିଚୟ ଦେବା । ତେଣୁ ଦେଶରେ ମୋଦିଙ୍କୁ ଜନତା ପୁଣି ଥରେ ସୁଯୋଗ ଦେବେ ବୋଲି ମୋର ବିଶ୍ବାସ । ଓଡିଶାରେ ମଧ୍ୟ ଏଥର ମୋଦିଙ୍କ ପାଇଁ ଲୋକେ ମତଦାନ କରିଛନ୍ତି । ବିଜେପି ନିଶ୍ଚିତ ଭଲ ପ୍ରଦର୍ଶନ କରିବ ବୋଲି ଆଶା ପୋଷଣ କରିଛନ୍ତି ପ୍ରକାଶ । କଟକରେ ଜିତିବା ପରେ କଟକର ଗରିମା ପୁଣି ଥରେ ଫେରେଇ ଆଣିବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି ପ୍ରକାଶ ମିଶ୍ର ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ