ଭୁବନେଶ୍ବର: ରାଜ୍ୟପାଳ ଅଭିଭାଷଣ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ ବିପର୍ଯ୍ୟୟ ପରିଚାଳନାରେ ଆମେ ବିଶ୍ବାସରେ ନାଁ କମେଇ ପାରିଛୁ। ଚାଷୀ ଆୟ ଦୁଇଗୁଣା କରିବାରେ ଓଡିଶା ଏକମାତ୍ର ରାଜ୍ୟ। କାଳିଆ ଯୋଜନା ସ୍ଵତନ୍ତ୍ର ଯୋଜନା। ଚାଷୀଙ୍କ ଆବଶ୍ୟକତା ପୂରଣ କରିଥିବା ଏହି ଯୋଜନା ଏବେ ଦେଶର ମଡେଲ ହୋଇଛି।
ସେହିପରି ନୂଆ ସ୍ବାସ୍ଥ୍ୟ ଯୋଜନା ମାଗଣାରେ ଉପଲବ୍ଧ ହେଉଛି। ସବୁ ସରକାରୀ ମେଡିକାଲରେ ଦିଆଯାଉଛି। ମ୍ୟାଲେରିଆ ନିରାକରଣରେ ଓଡିଶା ଆଗରେ ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ମହିଳା ସଶକ୍ତିକରଣ,ମିଶନ ଶକ୍ତି ଆମର ଉଦାହରଣ ହୋଇଛି। ପାଇପ ଯୋଗେ ପାନୀୟ ଜଳ ଯୋଗାଣ 24 ଘଣ୍ଟିଆ ଯୋଗାଇ ଦିଆଯାଉଛି।