ଓଡିଶା

odisha

ETV Bharat / city

ସାଢେ ଚାରି କୋଟି ଓଡ଼ିଆଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଆମର ଲକ୍ଷ୍ୟ: ଧର୍ମେନ୍ଦ୍ର - Our goal is to change the livelihoodstatus

ଆଜି କେନ୍ଦ୍ରମନ୍ତ୍ରୀ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ କହିଛନ୍ତି ଯେ କେବଳ କ୍ଷମତାର ଦାୟିତ୍ବ ଏବଂ ପଦ ପଦବୀରେ ବସିବା ନୁହେଁ ବରଂ ସାଢେ ଚାରି କୋଟି ଓଡ଼ିଆଙ୍କ ଜୀବନରେ ମୂଳ ପରିବର୍ତ୍ତନ ଆଣିବା ଆମର ମୂଳ ଲକ୍ଷ୍ୟ । ଅଧିକ ପଢନ୍ତୁ...

union minister dharmendra pradhan
ସାଢେ ଚାରି କୋଟି ଓଡ଼ିଆଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଆମର ଲକ୍ଷ୍ୟ: ଧର୍ମେନ୍ଦ୍ର

By

Published : Jun 28, 2021, 7:37 PM IST

ଭୁବନେଶ୍ବର: ଆଜି ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭର୍ଚ୍ଚୁଆଲ ମୋଡର ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ସହ ଓଡିଶା ପ୍ରଭାରୀ ଡି ପୁରନ୍ଦେଶ୍ବରୀ ସାମିଲ ହୋଇଥିଲେ । ଏହା ସହ ରାଜ୍ୟର ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ଯୋଗ ଦେଇଥିଲେ ।

ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ କହିଛନ୍ତି ଯେ ଜଣେ ରାଜନୈତିକ ଓ ସାମାଜିକ କର୍ମୀ ଭାବରେ କେବଳ ରାଜ୍ୟରେ ରାଜନୈତିକ ପରିବର୍ତ୍ତନ ନୁହେଁ ବରଂ ଓଡ଼ିଶାକୁ ଏକବିଂଶ ଶତାବ୍ଦୀରେ ଆଗକୁ ନେବା ଆବଶ୍ୟକ । ରାଜ୍ୟକୁ ଦାରିଦ୍ର୍ୟରୁ ମୁକ୍ତି ଦେବା ଏବଂ ରୋଜଗାର ବଢ଼ାଇବା ପାଇଁ ତଥା ସାମାଜିକ ଗଣମାଧ୍ୟମରେ ଯୋଡ଼ିହୋଇ ଲୋକଙ୍କ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ କାମ କରିବା ଦରକାର ବୋଲି ଧର୍ମେନ୍ଦ୍ର କହିଛନ୍ତି । ।

ସେହିପରି ଦଳୀୟ ସଂଗଠନରେ କାର୍ଯ୍ୟକର୍ତ୍ତାମାନେ ସମସ୍ତେ ନିଜେ ନିଜେ ଆତ୍ମସମୀକ୍ଷା କରିବା ଦରକାର । କେବଳ କ୍ଷମତାର ଦାୟିତ୍ବ ଏବଂ ପଦ ପଦବୀରେ ବସିବା ନୁହେଁ ବରଂ ବଡ ଲକ୍ଷ୍ୟ ନେଇ ସାଢେ ଚାରି କୋଟି ଓଡ଼ିଆଙ୍କ ଜୀବନରେ ମୂଳ ପରିବର୍ତ୍ତନ ଆଣିବା ଆମର ଲକ୍ଷ୍ୟ । ଗତ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପି ପ୍ରତି ଓଡିଶାରେ ଲୋକମାନଙ୍କ ବିଶ୍ବାସ ବଢିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବେଦନଶୀଳ ନେତୃତ୍ବ କାରଣରୁ ଓଡ଼ିଶାକୁ ସର୍ବାଧିକ ପ୍ରଧାନ୍ୟ ଦିଆଯାଇଛି । ଓଡ଼ିଶାର ପୁନଃନିର୍ମାଣ ପାଇଁ ଅର୍ଥର ଅଭାବ ରହିବ ନାହିଁ। ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଜୀଙ୍କ ସ୍ଲୋଗାନକୁ ଯଥାର୍ଥ ଭାବରେ ପାଳନ କରାଯିବ ।

କେବଳ ରାଜନୀତି କରିବା ନୁହେଁ ବରଂ ରାଜନୈତିକ ଓ ସାମାଜିକ କାର୍ଯ୍ୟକର୍ତ୍ତା ଭାବେ ସାଢ଼େ ଚାରି କୋଟି ଓଡ଼ିଆଙ୍କ ବିକାଶ କରିବା ଆମର ଦାୟିତ୍ବ । ଆମ ମହାପ୍ରଭୁ ବଡ, ଆମର ବିଚାର ବି ବଡ ହେବା ଦରକାର । ଏଭଳି କଳ୍ପନା କରି ଆମର ସବୁ କାର୍ଯ୍ୟକର୍ତ୍ତାଙ୍କୁ ବଢିବାକୁ ପଡ଼ିବ । ଆଞ୍ଚଳିକ ସ୍ତରରେ ଲକ୍ଷାଧିକ ଲୋକଙ୍କୁ ଯୋଡିବା ପାଇଁ ପଡିବ ।

ABOUT THE AUTHOR

...view details