ଓଡିଶା

odisha

ETV Bharat / city

11 ଦିନରେ ଓୟୁଏଟି ଛାତ୍ରଛାତ୍ରୀଙ୍କ ଧାରଣା, ଘେରିଲେ କୁଳପତିଙ୍କ କାର୍ଯ୍ୟାଳୟ - OUAT student strike in 11 days

ଓୟୁଏଟିର ବନ ବିଭାଗର ଶତାଧିକ ଛାତ୍ରଛାତ୍ରୀ ଓଡିଶା ଫରେଷ୍ଟ ସର୍ଭିସର ରେଞ୍ଜର ସମେତ ଅନ୍ୟ ପଦବୀ ନିଯୁକ୍ତିକୁ ନେଇ ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପାଇଁ ଦାବି କରିଛନ୍ତି।

11 ଦିନରେ ଓୟୁଏଟି ଛାତ୍ରଛାତ୍ରୀଙ୍କ ଧାରଣା
11 ଦିନରେ ଓୟୁଏଟି ଛାତ୍ରଛାତ୍ରୀଙ୍କ ଧାରଣା

By

Published : Mar 4, 2021, 1:21 PM IST

Updated : Mar 4, 2021, 1:56 PM IST

ଭୁବନେଶ୍ବର: 11 ଦିନରେ ଓୟୁଏଟି ଛାତ୍ରଛାତ୍ରୀଙ୍କ ଧାରଣା । କୌଣସି ପ୍ରକାରର ସମାଧାନ ହେଉ ନଥିବାବେଳେ ଆଜି(ଗୁରୁବାର) ଶତାଧିକ ଛାତ୍ରଛାତ୍ରୀମାନେ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି।

ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଏଗାର ଦିନରେ ପହଞ୍ଚିଛି । ଓୟୁଏଟିର ବନ ବିଭାଗର ଶତାଧିକ ଛାତ୍ରଛାତ୍ରୀ ଓଡିଶା ଫରେଷ୍ଟ ସର୍ଭିସର ରେଞ୍ଜର ସମେତ ଅନ୍ୟ ପଦବୀ ନିଯୁକ୍ତିକୁ ନେଇ ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପାଇଁ ଦାବି କରିଛନ୍ତି।

11 ଦିନରେ ଓୟୁଏଟି ଛାତ୍ରଛାତ୍ରୀଙ୍କ ଧାରଣା

ଏହି ଆନ୍ଦୋଳନ ପାଇଁ ସେମାନଙ୍କର ପାଠପଢ଼ା ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇ ଥିବାବେଳେ ଏତେ ବଡ କଲେଜରେ ପାଠପଢା ପରେ ନିଯୁକ୍ତି ମିଳୁନାହିଁ। ଯାହାଫଳରେ ପାଠ ନପଢି ଜୋତା ପାଲିସ କରିବା, ଝାଡୁ ମାରିବା, ଗାଡି ପୋଛିବା, ଭିକ ମାଗିବା ସହ ଏଭଳି ଭିଭିନ୍ନ ଉପାୟରେ ପ୍ରତିବାଦ କରୁଛନ୍ତି ଛାତ୍ର ଛାତ୍ରୀ ।

ଯାହାକୁ ନେଇ କୌଣସି ଅଧିକାରୀ ହେଉ ଅବା କଲେଜ କର୍ତ୍ତୃପକ୍ଷ ଧ୍ୟାନ ଦେଉନାହାନ୍ତି। ଯାହାଫଳରେ ଯେପର୍ଯ୍ୟନ୍ତ ଦାବି ପୂରଣ ନହେଉଛି ସେପର୍ଯ୍ୟନ୍ତ ଧାରଣା ସହ ବିଭିନ୍ନ ଉପାୟରେ ପ୍ରତିବାଦ କରାଯିବ ବୋଲି କହିଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Mar 4, 2021, 1:56 PM IST

ABOUT THE AUTHOR

...view details