ଓଡିଶା

odisha

ETV Bharat / city

ଚାଷୀଙ୍କୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ପରାମର୍ଶ - Farming Advising

ବର୍ଷା ଅଭାବରେ ଚଳିତବର୍ଷ ଦେଖାଦେଇଛି ଚାଷ ସମସ୍ୟା । କେବଳ 5 ଟି ଜିଲ୍ଲାକୁ ଛାଡି ବାକି ସମସ୍ତ ଜିଲ୍ଲାରେ ଫସଲ ପାଇଁ ଚାଷୀମାନେ ମୁଣ୍ଡରେ ଚଡକ । ଯାହାକୁ ଦୃଷ୍ଟିରେ ରଖି ଓୟୁଏଟି ତଥା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପକ୍ଷରୁ ଚାଷୀମାନେ ନିଜ ଚାଷକୁ ଉନ୍ନତ ଏବଂ ସୁରକ୍ଷିତ ରଖିବା ନେଇ ଦେଇଛନ୍ତି ପରାମର୍ଶ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Jul 24, 2019, 7:26 PM IST

ଭୁବନେଶ୍ବର: ସାରା ଓଡ଼ିଶାକୁ ବାତ୍ୟା ପରେ ଏବେ ମରୁଡ଼ିର ଚିନ୍ତା ଘାରିଛି। ଚାଷୀର ମୁଣ୍ଡ ଉପରେ ଚଡକ ପଡିଛି । ଜୁନ ମାସରେ 148 ପ୍ରତିଶତ ବର୍ଷା ହେଇଛି ଯାହାକି ସ୍ବାଭାବିକ ଠାରୁ 31 ପ୍ରତିଶତ କମ ବର୍ତ୍ତମାନ ଜୁଲାଇ 22 ଶୁଦ୍ଧା ସାରା ରାଜ୍ୟ ରେ 290 ମିଲିମିଟର ବର୍ଷା ହୋଇଛି ଯାହାକି ସ୍ବାଭାବିକ ଠାରୁ 29.5 ପ୍ରତିଶତ କମ ବର୍ଷା ହୋଇଛି।

ବର୍ଷାର ପରିମାଣ ହ୍ରାସ ପାଇବା ଏବେ ଚିନ୍ତାର ବିଷୟ ପାଲଟିଛି। ଅନ୍ୟ ପଟେ ସୁନ୍ଦରଗଡ଼, ମୟୁରଭଞ୍ଜ, ଗଜପତି, ଅନୁଗୁଳ, ଦେବଗଡ଼, କନ୍ଧମାଳ, ବୌଦ୍ଧ, ରାୟଗଡା, କେନ୍ଦୁଝର, ବଲାଙ୍ଗୀର, ବାଲେଶ୍ଵର ଆଦିର ଅନେକ ବ୍ଲକରେ ଧାନ ଓ ଅଣଧାନ ଫସଲ ପ୍ରଭାବିତ ହେବାର ସମ୍ଭାବନା ରହିଛି। କିଛି ଅଞ୍ଚଳରେ ଚାଷୀ ସେ ସବୁ ଫସଲକୁ ଗୃହପାଳିତ ପଶୁଙ୍କୁ ଚାରା ଦେଇ ଦେବାର ଦେଖିବାର ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର


ତେଣୁ ଏସବୁକୁ ଲକ୍ଷ କରି ଓୟୁଏଟି ସ୍ଥିତ କୃଷିପାଣିପାଗ ବିଭାଗ ଓ ଓଡ଼ିଶା ସରକାରଙ୍କ କୃଷି ନିର୍ଦ୍ଦେଶନାଳୟ ଚାଷୀଙ୍କୁ ପରାମର୍ଶ ଦେଇଛି । ସେଗୁଡିକ ହେଲା..

  • ଯେଉଁ ସବୁ ଜମିରେ ବୁଣା ସାରିଯାଇଛି, ସେଠି ଫସଲକୁ ନଷ୍ଟ ନକରିବାକୁ ଅନୁରୋଧ କରାଯାଇଛି । କାରଣ 25 ରୁ ଲଘୁଚାପ ବର୍ଷା ହୋଇପାରେ।
  • ଯେଉଁ ସବୁ ଜମିରେ ରୁଆ ସରିଛି ସେଠି ଧାନ ଫସଲକୁ ବଞ୍ଚାଇବା ପାଇଁ ଜଳସେଚନ କରାଯାଉ।
  • ରୋଇବା ପାଇଁ ତଳି ଘରେ ତଳି ପ୍ରସ୍ତୁତ ହୋଇ ରହିଥିଲେ ଜଳସେଚନ କରି ତଳି ଗୁଡିକୁ ବଞ୍ଚାଇ ରଖନ୍ତୁ।
  • ସଅଳ ଅମଳ ପାଇଁ ଫୁଲ କୋବି, ବନ୍ଧାକୋବି, ବିଲାତିବାଇଗଣ, ଲଙ୍କା ଓ ଖରିଫ ଫସଲକୁ ତଳି ଘରେ କରନ୍ତୁ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details