ଓଡିଶା

odisha

ETV Bharat / city

କଳାବ୍ୟାଚ ପିନ୍ଧି ଓୟୁଏଟି ଛାତ୍ରଛାତ୍ରୀଙ୍କ ଧାରଣା

କଳାବ୍ୟାଚ ପିନ୍ଧି ଧାରଣାରେ ବସିଲେ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)ର ବନବିଭାଗର ଛାତ୍ରଛାତ୍ରୀ ।

By

Published : Feb 24, 2021, 10:22 PM IST

ଧାରଣାରେ ଓୟୁଏଟି ଛାତ୍ରଛାତ୍ରୀ
ଧାରଣାରେ ଓୟୁଏଟି ଛାତ୍ରଛାତ୍ରୀ

ଭୁବନେଶ୍ବର: ଧାରଣାରେ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)ର ବନବିଭାଗର ଛାତ୍ରଛାତ୍ରୀ । କଳାବ୍ୟାଚ ପିନ୍ଧି ଧାରଣାରେ ବସିଲେ ଓୟୁଏଟି ବନବିଭାଗ ଛାତ୍ରଛାତ୍ରୀ ।

ଧାରଣାରେ ଓୟୁଏଟି ଛାତ୍ରଛାତ୍ରୀ

ବୃତ୍ତିଗତ ସ୍ଥାୟୀ ନିଯୁକ୍ତିକୁ ନେଇ 3ଦିନ ଧରି ଆନ୍ଦୋଳନ ଚାଲିଥିବାବେଳେ ହାତରେ ପ୍ଲାକାର୍ଡ଼ ଧରିବା ସହ କଳାବ୍ୟାଚ ପିନ୍ଧି ଧାରଣାରେ ବସିଛନ୍ତି ଓୟୁଏଟିର ଚତୃର୍ଥ ବର୍ଷର ଶତାଧିକ ଛାତ୍ରଛାତ୍ରୀ ।

ଏହାସହ ଡିନ ନିଯୁକ୍ତି ପାଇଁ ମଧ୍ୟ ଦାବି କରିଛନ୍ତି । ବିଶ୍ଵବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଓଡିଶା ଫରେଷ୍ଟ ସର୍ଭିସ (OFS) ରେଞ୍ଜର ସମେତ ଅନ୍ୟ ପଦବୀ ନିଯୁକ୍ତି ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ଶତ ପ୍ରତିଶତ ସୁଯୋଗ ରହିଥିବାବେଳେ ଅନ୍ୟ ବିଦ୍ୟାର୍ଥୀ ଚାକିରୀ ପାଉଛନ୍ତି ।

ହେଲେ ଏମାନଙ୍କ ପାଇଁ କୌଣସି ସୁଯୋଗ ମିଳୁନି । ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ପାଠ ପଢୁଥିଲେ ମଧ୍ୟ ଶେଷରେ ଚାକିରୀ ନଥିବାରୁ ନିରାଶ ହେଉଛନ୍ତି ଛାତ୍ରଛାତ୍ରୀ । ନିଯୁକ୍ତିକୁ ନେଇ ନା କର୍ତୃପକ୍ଷ ନା ସରକାର କେହି ବି ଏହି ବିଭାଗର ଛାତ୍ରଛାତ୍ରୀଙ୍କ ପ୍ରତି ଦୃଷ୍ଟି ଦେଉନାହାଁନ୍ତି କି ସେମାନଙ୍କ କଥା ଶୁଣୁ ନାହାଁନ୍ତି ।

ନିଯୁକ୍ତିକୁ ନେଇ ଅନେକଥର ଆଲୋଚନା ହୋଇଥିଲେ ବି କୌଣସି ସୁଫଳ ମିଳିନାହିଁ । ତେଣୁ ଯେପର୍ଯ୍ୟନ୍ତ ସେମାନଙ୍କ ଦାବି ସରକାର ନଶୁଣିଛନ୍ତି, ବା କୌଣସି ସମାଧାନ ନହୋଇଛି ସେପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି କହିଛନ୍ତି ଛାତ୍ରଛାତ୍ରୀ । ଏପରିକି ଆବଶ୍ୟକ ପଡିଲେ ସେମାନଙ୍କ ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଳାଇବେ ବୋଲି ଛାତ୍ରଛାତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details